ପଣ ନଦେବାରୁ ସାହିଭାଇ ଆସିଲେନି, ୩ ଦିନ ପଡ଼ିରହିଲା ଶବ

Advertisment
ପଣ ନଦେବାରୁ ସାହିଭାଇ ଆସିଲେନି, ୩ ଦିନ ପଡ଼ିରହିଲା ଶବ

କୁଳିଅଣା : ଆଦିବାସୀ ପରମ୍ପରା ଅନୁସାରେ ପ୍ରେମ ବିବାହ କରିଥିବାରୁ ବାପଘର ଝିଅର ଶାଶୂଘରକୁ ପଣ ଦେଇନଥିଲେ। ଯାହାକୁ କେନ୍ଦ୍ର କରି ସଂପୃକ୍ତ ମହିଳାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ସାହିଭାଇ କେହି ଆସିଲେନି। ଫଳରେ ୩ ଦିନ ଶବ ଘରେ ପଡ଼ିରହିଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା କୁଳିଅଣା ଥାନା କୁଚେଇ ଗ୍ରାମରେ।

କୁଚେଇ ଗ୍ରାମର କାନ୍ଦରା ସୋରେନଙ୍କ ପତ୍ନୀ ପାର୍ବତୀ ସୋରେନ (୩୨) କାମଳ ଓ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଗତ ୧୪ ତାରିଖ ରାତିରେ ପ୍ରାଣ ହରାଇଥିଲେ। ଶବ ସତ୍କାର ପାଇଁ ପରିବାର ଲୋକେ ସାହି ଭାଇଙ୍କୁ ଡାକିଥିଲେ। ହେଲେ ପାର୍ବତୀ ପ୍ରେମ ବିବାହ କରିଥିବା ଏବଂ ପରମ୍ପରା ଅନୁଯାୟୀ ବାପଘରୁ ହାଣ୍ଡିଆ, ଛେଳି, କୁକୁଡ଼ା ଆଦି ପଣ ଆଣିନଥିବାରୁ ସାହି ଭାଇ ସତ୍କାର ପାଇଁ ଯିବାକୁ ମନା କରିଦେଇଥିଲେ। ଫଳରେ ଘରେ ୩ ଦିନ ଶବ ପଡ଼ିରହିଥିଲା। ପରେ ଅତିରିକ୍ତ ପୁଲିସ ଅଧିକ୍ଷକ ଅଭିମନ୍ୟୁ ନାୟକ, କୁଳିଅଣା ଥାନାଧିକାରୀ କମଳାକାନ୍ତ ଦାସ ଗାଁରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ନେଇ କୁଳିଅଣା ଥାନାରେ ଏକ ମାମଲା ରୁଜୁ ହେବା ପ‌ରେ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଶବ ସତ୍କାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe