ଯୌତୁକ ନିର୍ଯାତନା ହେଲା କାଳ! ଚିକିତ୍ସା ଅବହେଳାରୁ ବିବାହିତା ମହିଳାଙ୍କ ମୃତ୍ୟୁ ଅଭିଯୋଗ 

୫୫ ପ୍ରତିଶତ ଗର୍ଭବତୀ ରକ୍ତହୀନତାର ଶିକାର

ABC

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଦେଖିବାକୁ ମିଳିଛି। ଏହି ଗାଁର ଜନୈକ ବିବାହିତା ମହିଳାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିଲାବେଳେ ଯୌତୁକ ଜନିତ ନିର୍ଯ୍ୟାତନା ଯୋଗୁ ଏଭଳି ଘଟିଲା ବୋଲି ମୃତ ମହିଳାଙ୍କ ବାପା ଘର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।
ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଗୋବିନ୍ଦପୁର ସାହିର କୃଷ୍ଣ ବିଶ୍ୱାଳଙ୍କ ଝିଅ ସନ୍ତୋଷୀ ସାହୁ (୨୬), ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୁଆ ଗାଁର ଦୁର୍ଗା ଚରଣ ସାହୁଙ୍କ ପୁଅ ରଞ୍ଜନ ସାହୁଙ୍କୁ ୨୦୨୦ ମସିହାରେ ବୈଦିକ ରୀତି ଅନୁଯାୟୀ ବିବାହ କରିଥିଲେ। ବିବାହ ସମୟରେ କନ୍ୟା-ପିତା ପକ୍ଷରୁ ବରକୁ ନଗଦ ଦେଢ଼ ଲକ୍ଷ ଟଙ୍କା, ସୁନା ଚେନ୍‌, ମୁଦି ଓ କନ୍ୟାଙ୍କୁ ମଙ୍ଗଳସୂତ୍ର, ହାର, ସୁନା ଶଙ୍ଖା ସାଙ୍ଗକୁ ଟିଭି, ଫ୍ରିଜ ନାନାଦି ଆସବାପତ୍ର ଦେଇଥିଲେ। କିନ୍ତୁ ଅଧିକ ଯୌତୁକ ଆଶାରେ ସନ୍ତୋଷୀଙ୍କ ଶ୍ଵଶୁର, ଶାଶୁ ମଞ୍ଜୁ ସାହୁ, ଦେଢଶୁର ଚନ୍ଦନ ସାହୁ ଓ ନଣଦ ମାନେ ମିଶି କୁଆଡେ ଅନେକ ସମୟରେ ନାନାଦି ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇଆସୁଥିଲେ। ଏହାକୁ ସହ୍ୟ କରିନପାରି ସନ୍ତୋଷୀ ସର୍ବଦା ମାନସିକ ଦୁଶ୍ଚିନ୍ତାରେ ରହୁଥିଲାବେଳେ ଗତ ୮ମାସ ପୂର୍ବେ ତଳେ ପଡି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ହେଲେ ଅଧିକ ଚିକିତ୍ସାର ଆବଶ୍ୟକତା ପଡୁଥିଲାବେଳେ ଶ୍ଵଶୁର ଘର ଲୋକେ ଚିକିତ୍ସା ନକରି ମାତ୍ରାଧିକ ଅବହେଳା କରିଆସୁଥିଲେ। ଫଳରେ ରବିବାର ସନ୍ତୋଷୀଙ୍କ ମୃତ୍ୟୁ ଘଟିଲା ବୋଲି ମୃତ ମହିଳାଙ୍କ ମା’ ଟୁନି ବିଶ୍ୱାଳ  ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe