ଭଦ୍ରକ: ସିଲେଇ କରିବାକୁ ଦୋକାନକୁ ଯାଉଥିଲେ ମହିଳା, ଟ୍ରକ୍‌ ଚଢ଼ିଯିବାରୁ ମୃତ୍ୟୁ

Advertisment
ଦୁର୍ଘଟଣାଜନିତ ମୃତ୍ୟୁ ସହାୟତାରେ ବି ପାତରଅନ୍ତର: ସଡ଼କ ଦୁର୍ଘଟଣାରେ ମଲେ ମିଳୁନି ସହାୟତା
ଭଦ୍ରକ: ୧୬ ଜାତୀୟ ରାଜ୍ୟ ରାଜପଥ ଚରମ୍ପା ନିକଟସ୍ଥ ଆଇଟି ଆଇ ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୂର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଅଛି।  ମୃତକ ହେଲେ ଉର୍ବଶୀ ଦଳେଇ (୩୭)। ସୂଚନା ଅନୁଯାୟୀ, ଏକ ସ୍କୁଟି ଯୋଗେ ମହିଳା ଜଣକ ଯାଉଥିବା  ସମୟରେ ବିପରିତ ଦିଗରୁ ଦ୍ରୁତ ଗତିରେ ଓଭର ଟେକ୍ କରି ଆସୁଥିବା ଟ୍ରକ୍‌ (ଓଆର ୦୯ ଜି-୫୯୦୩) ସ୍କୁଟି ଚାଳାଉ ଥିବା ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳର ଦୁର୍ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜରୁ ଜଣାପଡିଛି ।
ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାରିଥିବାରୁ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ଟ୍ରକ୍‌କୁ ଜବତ୍ କରିବା ସହ ଲୋକଙ୍କୁ ବୁଝା ସୁଝା ପରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମୂଖ୍ୟ ଚିକିତ୍ସାଳୟକୁ ପଠାଇଛି । ଚରମ୍ପା ବରାଳ ପୋଖରୀ ଅଞ୍ଚଳ ୧ନମ୍ବର ଓ୍ବାର୍ଡର ଶମ୍ଭୁନାଥ ଦଳେଇଙ୍କ ଝିଅ ଉର୍ବଶୀ ଅପରାହ୍ନ ସମୟରେ ସ୍କୁଟି ଯୋଗେ ଚରମ୍ପାସ୍ଥିତ ନିଜ ଟେଲର ଦୋକାନକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଉର୍ବଶୀ ଦଳେଇ ତାଙ୍କ ପରିବାର ଏକ ମାତ୍ର ରୋଜଗାରକ୍ଷମ ଝିଅ ଥିଲେ । ସେ ଅବିବାହିତ ଥିଲେ।ତାଙ୍କ ମୃତ୍ୟୁରେ ବରାଳ ପୋଖରୀ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe