ଏକୋଇଶା ଯୋଗଦେଇ ସ୍ବାମୀ ଓ ପିଲା ସହ ଘରକୁ ଫେରୁଥିଲେ ମହିଳା, ଟ୍ରକ୍‌ ଚଢ଼ିଯିବାରୁ ମୃତ୍ୟୁ

Advertisment
ଏକୋଇଶା ଯୋଗଦେଇ ସ୍ବାମୀ ଓ ପିଲା ସହ ଘରକୁ ଫେରୁଥିଲେ ମହିଳା, ଟ୍ରକ୍‌ ଚଢ଼ିଯିବାରୁ ମୃତ୍ୟୁ

ତେଲକୋଇ: ଏକୋଇସିଆରେ ଯୋଗଦେଇ ସ୍ବାମୀ ଓ ଶିଶୁଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଜମାମଣି ମୁଣ୍ଡା (୪୮)।

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରାଇସୁଆଁ ପଞ୍ଚାୟତ ଅନ୍ତର୍ଗତ ବୀରବରପୁର ଗ୍ରାମ ମୁଣ୍ଡାସାହିର ଲକ୍ଷ୍ମୀଧର ମୁଣ୍ଡା ଆଜି ରାତି ସାଢେ ଆଠଟା ବେଳେ ସ୍ତ୍ରୀ ଜେମାମଣି ମୁଣ୍ଡା ଓ ଶିଶୁକୁ ନେଇ ଭାଲୁସାହିରେ ଆୟୋଜିତ ଏକ ଏକୋଇସିଆ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ସନ୍ଧ୍ୟାରେ ବାଇକ୍‌ (ଓଆର ୦୧ଏ ୮୯୩୦) ସପରିବାର ଫେରୁଥିଲେ। ସନ୍ଧ୍ୟା ସାଢ଼େ ୮ଟା ବେଳକୁ ନୂଆଗାଁ ସ୍କୁଲ ଛକରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍‌ (ଓଆର ୧୪ ଏମ ୦୯୩୫) ଫଳରେ ବାଇକ୍ ସହିତ ସମସ୍ତେ ତଳେ ପଡି ଯାଇଥିଲେ। ସୌଭାଗ୍ୟକୁ ଅନ୍ୟ ୨ ଜଣ ବର୍ତ୍ତି ଯାଇଥିବା ବେଳେ ଜେମାମଣିଙ୍କ ମୁଣ୍ଡ ଉପରେ ଟ୍ରକ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe