ଡେଙ୍ଗୁନେଲା ଆଉଏକ ଜୀବନ: ୩୨ ବର୍ଷୀୟୀ ମହିଳାଙ୍କ ପରଲୋକ

Advertisment

ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧୀନଥିଲେ

ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧୀନଥିଲେ

ଚିକିତ୍ସାଳୟରୁ ଡେଙ୍ଗୁ ମଶା ଘଉଡ଼ାଇବାକୁ ହେବ ସ୍ବତନ୍ତ୍ର ଯୋଜନା

Sambad

ରାଉରକେଲା: ଜିଲ୍ଲାରେ ଡେଙ୍ଗୁ ବେଲଗାମ ହେବାରେ ଲାଗିଛି। କେବଳ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁନି, ବରଂ ମୃତକ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ପୂର୍ବରୁ ଡେଙ୍ଗୁରେ ଜଣେ ବୃଦ୍ଧଙ୍କ ମୃତ୍ୟୁହୋଇଥିବାବେଳେ ଗୁରୁବାର କୁଆରମୁଣ୍ଡା ଅଞ୍ଚଳର ଜଣେ ମହିଳା(୩୨)ଙ୍କ ମୃତ୍ୟୁ ଘଟିଛି। ସେ ରାଉରକେଲାର ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।
ମହିଳା ଜଣକ ହେଉଛନ୍ତି ମନୋହରପୁର ଅଞ୍ଚଳର। କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ଏକ ଗାଁରେ ଥିବା ଭଉଣୀ ଘରକୁ ବୁଲିବାକୁ ଆସିଥିଲେ।
ପ୍ରବଳ ଜ୍ୱର ହେବାରୁ ସେ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରେ ଭର୍ତ୍ତି ହୋଇଥିଲେ। ଆର୍‌ଜିଏଚ୍‌ରେ ଦୁଇଦିନ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ କୁଆଡ଼େ ତାଙ୍କର ଡେଙ୍ଗୁ ଟେଷ୍ଟ ନକରି ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଆର୍‌ଜିଏଚ୍‌ରୁ ଛାଡ଼ ପାଇବାର ଦୁଇ ଦିନପରେ ପୁନର୍ବାର ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଏଣୁ ତାଙ୍କୁ ଏକ ବେସରକାରୀ ହସପିଟାଲରେ ଭର୍ତ୍ତି କରିବାରୁ ଡେଙ୍ଗୁ ପଜିଟିଭ ଥିବା ଜଣାପଡିଲା। ଚିକିତ୍ସାଧୀନ ସମୟରେ ଆଜି ତାଙ୍କର ପରଲୋକ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe