DNA India
ମାଲକାନଗିରି: ମାଲକାନଗିରି ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଲୁ ପାଇଁ ଲଗାଯାଇଥିବା ବିଦ୍ୟୁତ ତାରର ସଂସ୍ଫର୍ଶରେ ଆସି ମହିଳାଙ୍କର ଅକାଳ ବିୟୋଗ ଘଟିଛି। ଏଭଳି ଘଟଣା ଘଟିଛି ମାଲକାନଗିରି ଥାନା ଅଂଚଲର ଏମଭି-୧୭ ଗ୍ରାମରେ। ଏମଭି-୧୭ ଗ୍ରାମରେ ବାସ କରୁଥିବା ଶ୍ରୀକୃଷ୍ଣ ଦେବନାଥଙ୍କର ଗୋଟିଏ ମିକ୍ସଚର ଫ୍ୟାକ୍ଟ୍ରି ରହିଛି। ଏହି ଫ୍ୟାକ୍ଟ୍ରି ପାଇଁ ସବୁବେଳେ କାଠ ଦରକାର ପଡିଥାଏ।ତେବେ ଏହି ଅଂଚଳର ଦେବ ମାଢି ଏବଂ ତାଂକ ପତ୍ନୀ ଉରେ ମାଢି ନିଜର ଶଗଡରେ କାଠ ଯୋଗାଡ କରି ଏହି ଫ୍ୟାକ୍ଟ୍ରିକୁ ଆଣି ଦିଅନ୍ତି।
ପ୍ରତିଦିନ ଭଳି ଆଜି ଭୋର ସକାଳୁ ପ୍ରାୟ ସାଢେ ୩ଟା ସମୟରେ ଦେବ ମାଢି ଏବଂ ପତ୍ନୀ ଉରେ ମାଢି ନିଜ ଶଗଡରେ କାଠ ଲୋଦି ଶ୍ରୀକୃଷ୍ଣଙ୍କ ଫ୍ୟାକ୍ଟ୍ରିକୁ କାଠ ଆଣିଥିଲେ।ତେବେ ସେହି ସମୟରେ ଶ୍ରୀକୃଷ୍ଣ ଫ୍ୟାକ୍ଟ୍ରି ଭିତରେ ଶୋଇଥିବା ବେଳେ ଦୁହେଁ ତାଂକୁ ଉଠାଇବାକୁ ସେଠାକୁ ଗଲେ। ତେବେ ଫ୍ୟାକ୍ଟ୍ରି ଚାରିପଟେ ବିଦ୍ୟୁତ ଲଗାଇ ବିଦ୍ୟୁତ ସଂଯୋଗ କରାଯାଇ। କାରଣ ଭାଲୁ ଏଠାରୁ ନିୟମିତ ଆସୁଥିବାରୁ ଏଭଳି କରାଯାଇଥିଲା।
ତେବେ ଏନେଇ ଦମ୍ପତ୍ତି କିଛି ଜାଣିନଥିଲେ। ସେମାନେ ସେହି ତାରର ସଂସ୍ପର୍ଶରେ ଆସିଯିବାରୁ ଦୁହେଁ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ଦୁହିଁଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଗଲା। କିନ୍ତୁ ଚିକିତ୍ସିତ ଅବସ୍ଥାରେ ପତ୍ନୀ ଉରେ ମାଢିଙ୍କର ମୃତ୍ୟୁ ଘଟିଥିଲା। ଦେବ ମାଢି ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏନେଇ ମାଲକାନଗିରି ଥାନାରେ ଏତଲା ଦାୟର କରାଯିବା ପରେ ପୁଲିସ ଫ୍ୟାକ୍ଟ୍ରି ମାଲିକ ଶ୍ରୀକୃଷ୍ଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।
Follow Us