ହ୍ୟୁମ ପାଇପ୍‌ରେ ଫସି ମହିଳାଙ୍କ ମୃତ୍ୟୁ, ୬ ଘଣ୍ଟା ପରେ ଶବ ଉଦ୍ଧାର

Advertisment
ବଜ୍ରପାତରେ ଜଣେ ମୃତ 

Telegraph India

କେନ୍ଦୁଝର : କେନ୍ଦୁଝର ବାଂଶପାଳ ବ୍ଲକ୍‌ ଫୁଲଝର ପଞ୍ଚାୟତ କେନ୍ଦୁଘାଟି ନିକଟରେ ବୈତରଣୀ ପୋଲର ହ୍ୟୁମ୍‌ପାଇପ୍‌ରେ ଫସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କେନ୍ଦୁଘାଟି ଗ୍ରାମର ବିଧବା ସୁବାସୀ ମୁଣ୍ଡା। ଦୀର୍ଘ ୬ ଘଣ୍ଟାର ଉଦ୍ୟମ ପରେ ହ୍ୟୁମ୍‌ପାଇପ୍‌ ଭିତରୁ ସୁବାସୀଙ୍କ ଶବ ଉଦ୍ଧାର କରାଯାଇଛି।

ସୁବାସୀ ଗତକାଲି କାଶିଆ ଗ୍ରାମକୁ ଯାଇଥିଲେ। ସନ୍ଧ୍ୟାରେ ଘରକୁ ଫେରିବା ବେଳେ ପୋଲ ଉପରେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ। ପାଣିର ପ୍ରଖର ସ୍ରୋତରେ ସେ ହ୍ୟୁମ୍‌ପାଇପ୍‌ ଭିତରେ ପସି ଯାଇଥିଲେ। ହ୍ୟୁମ୍‌ପାଇପ୍‌ ଏକ କାଠ ଏବଂ ଅଳିଆ ଆବର୍ଜନା ଜମି ରହିଥିବାରୁ ସୁବାସୀ ଆରପଟକୁ ବାହାରିପାରି ନଥିଲେ। ବହୁ ସମୟ ଧରି ହ୍ୟୁମ୍‌ପାଇପ୍‌ ଭିତରେ ଫସି ରହିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବାଂଶପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ୬ ଘଣ୍ଟା ପରେ ରାତି ପ୍ରାୟ ୧୧ଟାବେଳେ ତାଙ୍କ ମୃତଦେହ ହ୍ୟୁମ୍‌ପାଇପ୍‌ ଭିତରୁ ବାହାର କରାଯାଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାର ଉପାନ୍ତ ବାଂଶପାଳ ବ୍ଲକ୍‌ ଫୁଲଝର ପଞ୍ଚାୟତ କେନ୍ଦୁଘାଟି ଗ୍ରାମକୁ ଯିବାପାଇଁ ପ୍ରତିବନ୍ଧକ ସାଜୁଛି ବୈତରଣୀ ନଦୀ। ବର୍ଷାଦିନେ ଏହି ଗ୍ରାମର ଲୋକେ ଜଳବନ୍ଦୀ ହୋଇ ରହିଥାନ୍ତି। ଜରୁରୀ କାମ ପଡ଼ିଲେ ଜୀବନକୁ ବାଜି ଲଗାଇ ହୁଲିଡଙ୍ଗାରେ ନଦୀରେ ପାର ହୋଇ ଆସିଥାନ୍ତି। ଏଠାରେ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି ହେବା ପରେ ଏକ ହ୍ୟୁମ୍‌ପାଇପ୍ ପୋଲ ନିର୍ମାଣ କରାଯାଇଛି। ଏଥିରେ ସୁରକ୍ଷାବାଡ଼ ନାହିଁ। ନଦୀରେ ବର୍ଷାଜଳ ପ୍ରବା‌ହିତ ହେଲେ ରାସ୍ତା ଦେଖାଯାଏ ନାହିଁ। ଲୋକେ ଅତ୍ୟନ୍ତ ଅସୁରକ୍ଷିତ ଭାବେ ଯାତାୟାତ କରିଥାନ୍ତି। ତୁରନ୍ତ ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe