ସ୍କ୍ରବ୍ ଟାଇଫସ୍‌ରେ ମହିଳା ମୃତ

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ଇବ୍‌ଥର୍ମାଲ: ସ୍କ୍ରବ ଟାଇଫସ୍‌ କାମୁଡ଼ାରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅଢ଼ାପଡ଼ା ଗ୍ରାମର ସୁବାସିନୀ ବଢ଼େଇଙ୍କ ସୋମବାର ରାତିରେ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ସୁବାସିନୀଙ୍କୁ ୨୦ରୁ ଅଧିକ ଦିନ ହେବ ଜ୍ବର ହେଉଥିଲା। ଶନିବାର ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଗହ୍ମାଡେରା ସ୍ଥିତ ଟିଆର୍‌ଏଲ୍‌ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପରୀକ୍ଷା କରାଯିବା ପରେ ସୁବାସିନୀ ସ୍କ୍ରବ୍‌ ଟାଇଫସ୍‌ ଦ୍ଵାରା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ସୂଚନାଥାଉ କି ଉକ୍ତ ଗାଁ’ର ବିନୋଦ ପ୍ରଧାନ ମଧ୍ୟ ସ୍କ୍ରବ ଟାଇଫସ୍‌ କୀଟ କାମୁଡ଼ାରେ ଆକ୍ରାନ୍ତ ହୋଇଥିଲେ। ମାତ୍ର ଉପଯୁକ୍ତ ସମୟରେ ଚିକିତ୍ସା ଯୋଗୁଁ ସେ ସୁସ୍ଥ ହୋଇଥିଲେ। ପରେ ମାସେ ମଧ୍ୟରେ ତେଲେନପାଲିରେ ୨ ଜଣ, କୁମ୍ଭାରବନ୍ଧରେ ଜଣେ, ରେମେଣ୍ଡାରେ ଜଣେ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ହୋଇ ସାରିଲେଣି। ଇବ୍‌ଥର୍ମାଲ ଅଞ୍ଚଳରେ ରୋଗୀ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ତେଣୁ ଜିଲ୍ଲା ପ୍ରଶାସନ ଓ ସଂସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe