ଉମରକୋଟରେ ଝାଡ଼ାବାନ୍ତିରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଉମରକୋଟ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତିକୁ ନେଇ ରାଜ୍ୟସାରା ଚର୍ଚ୍ଚା ଜୋର ଧରିଥିବା ବେଳେ ନବରଂଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଜଣେ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ରାଇଘର ଥାନାରେ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ରାଇଘର ଥାନା ଅନ୍ତର୍ଗତ କଚରାପାରା ପଞ୍ଚାୟତ ଅଞ୍ଚଳାଡିହି ଗ୍ରାମର ମିଟିକି ଗଣ୍ଡ (୫୫) ୩ ଦିନ ତଳେ ପେଟ ବ୍ୟଥା ହେବାରୁ ରାଇଘର ନିକଟସ୍ଥ ଢୁମୂରୁମୁଣ୍ଡା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ। ସେଠାରେ ଭଲ ହେବା ପରେ ଘରକୁ ଆସିଯାଇଥିଲେ। ତେବେ ୫ ତାରିଖ ଦିନ ମିଟିକିଙ୍କୁ ଝାଡ଼ାବାନ୍ତି ହେବାରୁ ପରିବାର ଲୋକେ ଉମରକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଅପରାହ୍ନ ୧ରେ ବେଳେ ଚିକିତ୍ସା ଅବସ୍ଥାରେ ପ୍ରାୟ ୨ଟା୩୦ରେ ମିଟିକିଙ୍କ ମୃତ୍ୟୁ ହେଇଥିବା ପୁତୁରା ଦଶରଥ ଗଣ୍ଡ ରାଇଘର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି।

ରାଇଘର ପୁଲିସ ମାମଲା ରୁଜୁ କରିଛି।  ଅପରପକ୍ଷେ ଉମରକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡକ୍ଟର ଶରତ ଚନ୍ଦ୍ର ସେଠି କହିଛନ୍ତି ମିଟିକି ଉମରକୋଟ ହସ୍ପିଟାଲ୍ ପହଞ୍ଚିବା ପୂର୍ବରୁ ମୃତ୍ୟୁ ବରଣ କରିସାରିଥିଲେ। ତାଙ୍କର ଆନାଲକଳଚର୍ ପାଇଁ ନମୁନା ପଠା ଯାଇଛି। ରିପୋର୍ଟ୍ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe