image source-sentinelassam.com
ଖୋର୍ଦ୍ଧା : ସୋମବାର ଭୋରରେ ଖୋର୍ଦ୍ଧା ଉପକଣ୍ଠ ପାନବରଜ ଓ ଟାଙ୍ଗିଆପଡ଼ାଠାରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି।
ସୂଚନାନୁସାରେ, ସୋମବାର ଭୋର୍ରେ ଚନ୍ଦକା ଜଙ୍ଗଲରୁ ଏକ ଦନ୍ତାହାତୀ ଟାଙ୍ଗିଆପଡ଼ା ଦେଇ ଚାଲିଆସିଥିଲା। ଶୌଚ ହେବାପାଇଁ ଯାଇଥିବା ସେହି ଗାଁର ବିକ୍ରମ ସାମନ୍ତରାୟ ନାମକ ଜଣେ ଯୁବକ ହାତୀ ହାବୁଡ଼ରେ ପଡ଼ିଥିଲେ। ସମ୍ମୁଖରେ ତାଙ୍କୁ ଦେଖି ହାତୀ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ଏଥିରେ ସେ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ କୌଣସି ମତେ ରକ୍ଷା ପାଇଯାଇଥିଲା। ଏହାପରେ ହାତୀଟି ପାନବରଜ ନିକଟ ମୁକ୍ତ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା। ଏହିସମୟରେ ସେହି ଗାଁର ଫୁଲ ତୋଳିବା ପାଇଁ ଯାଇଥିବା କିରଣବାଳା ମାନ୍ଧାତା (୫୭) ହାତୀ ସମ୍ମୁଖକୁ ହଠାତ୍ ଆସିଯାଇଥିଲେ। ଏଥିରେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି ତଳେ କଚାଡ଼ି ଦେଇଥିଲା। ଏହାସହ ଅନ୍ୟ ଜଣେ ମହିଳା ରମା ବେହେରା (୬୦)ଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଏଥିରେ କମା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
/sambad/media/post_attachments/wp-content/uploads/2023/04/ddde-750x430.jpg)
ଏହି ଘଟଣା ପରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ)ର ଅଶୋକ ସାହୁ, କାର୍ତ୍ତିକ ଘଡ଼େଇ, ଜୟନ୍ତ ମହାନ୍ତି, ଅବିନାଶ ପ୍ରଧାନ, ଶ୍ରୀକାନ୍ତ ନାୟକ, ଅରୁଣ ନାୟକ, ଶିବ ସ୍ବାଇଁ ଓ ଗ୍ରାମବାସୀମାନେ ମୃତକ ତଥା ଆହତଙ୍କ ପରିବାରକୁ ଯଥାକ୍ରମରେ ୨୦ଲକ୍ଷ ଓ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ବନ ବିଭାଗର ନିୟମିତ ପାଟ୍ରୋଲିଂ ଆଦି ଦାବି କରି ରାସ୍ତା ଉପରେ ଧାରଣାରେ ବସିଥିଲେ। ଏହାପରେ ୧୧ଟା ବେଳେ ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ତାରିକ ଅହମ୍ମଦ, ତହସିଲଦାର ଓ ବନବିଭାଗର ଫରେଷ୍ଟର, ରେଂଜର ପ୍ରମୁଖ ଘଟଣାସ୍ଥଳରେ ପହଁଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ରେଡ୍କ୍ରସ୍ ପାଣ୍ଠିରୁ ଆହତଙ୍କୁ ୫ ହଜାର ଟଙ୍କା ଓ ମୃତବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ବନବିଭାଗ ପକ୍ଷରୁ କ୍ଷତିପୂରଣ ବାବଦରେ ନିର୍ଦ୍ଧାରିତ ଟଙ୍କାକୁ ଖୁବ୍ଶୀଘ୍ର ପ୍ରଦାନ କରିବା ଓ ଆହତଙ୍କ ଚିକିତ୍ସା ଦାୟିତ୍ବ ବହନ କରିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା।
ଏନେଇ ଖୋର୍ଦ୍ଧା ରେଞ୍ଜର୍ ଜୟକୃଷ୍ଣ ପଣ୍ତା କହିଛନ୍ତି, ବନବିଭାଗର ଏକଟିମ୍ ପୁଣି ହାତୀକୁ ଚନ୍ଦକା ଜଙ୍ଗଲକୁ ଘଉଡ଼ାଇବାକୁ ଯୋଜନା କରୁଛନ୍ତି। ରାତିରେ ଜନଗହଳି କମିଲେ ହାତୀଟିକୁ ଚନ୍ଦକା ଘଉଡ଼ାଇଦିଆଯିବ।
Follow Us