ଭିତରକନିକା ଜଙ୍ଗଲ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଲୁଚାଇବାକୁ ମୁହଁରେ ଏସିଡ୍‌ ମାଡ଼!

Advertisment
ଭିତରକନିକା ଜଙ୍ଗଲ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଲୁଚାଇବାକୁ ମୁହଁରେ ଏସିଡ୍‌ ମାଡ଼!

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର-ଗୋପାଳପୁର ଲୁଣା ଘେରିବନ୍ଧର କାଠୁଆଗଣ୍ତ ନିକଟରେ ଅଖା ମଧୢରୁ ଜଣେ ମହିଳାଙ୍କ ଶବ ମିଳିଛି। ମହିଳାଙ୍କ ପରିଚୟ ମିଳିପାରିନାହିଁ। ହତ୍ୟା କରାଯିବା ପରେ ଏସିଡ୍‌ ଫିଙ୍ଗାଯାଇ ତାଙ୍କ ମୁହଁକୁ ବିକୃତ କରାଯାଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ୍‌ ସହାୟତାରେ ପୁଲିସ ତଦନ୍ତକୁ ଜୋରଦାର କରିଛି।

ରାଜନଗର-ଗୋପାଳପୁର ଲୁଣା ଘେରିବନ୍ଧର କାଠୁଆଗଣ୍ତ ନିକଟରେ ଏକ ରକ୍ତ ଜୁଡୁବୁଡୁ ଅଖା ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମହିଳାଙ୍କୁ କେହି ହତ୍ୟା କରି ପରିଚୟ ଲୁଚାଇବା ପାଇଁ ମୁହଁରେ ଏସିଡ୍‌ ମାଡ଼ କରିଥିବା ପାରିପ‌ାର୍ଶ୍ବିକ ଅବସ୍ଥାରୁ ଜଣାପଡ଼ିଥିଲା। ରାଜନଗର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।

ମହିଳାଙ୍କ ବୟସ ପାଖାପାଖି ୪୦ ହେବ। ସେ କଫି ରଙ୍ଗର ନାଇଟି ପିନ୍ଧିଥିବା ବେଳେ ଏକ ବେଡ୍‌ସିଟରେ ଶବକୁ ଗୁଡ଼ାଯାଇ ଅଖାରେ ଭର୍ତ୍ତି କରା ଯାଇଥିବା ଦେଖିବାକୁ ମିଳିଥିଲା। ତାଙ୍କ ପାଖରେ ପଡିଥିବା ଭ୍ୟାନିଟି ବ୍ୟାଗ ମଧୢରୁ ପୁଲିସ ଏକ ବିଦ୍ୟୁତ ବିଲ୍‌ ଏବ˚ ଏକ ବ୍ୟାଙ୍କ ଜମା ରସିଦ ପାଇଛି। ଏହି ବିଲ୍‌ରେ ରାନି ମିଶ୍ର ଓ ଘର ଆଇଆରସି ଭିଲେଜ, ନୟାପଲ୍ଲୀ ବେହେରା ସାହି ବୋଲି ଉଲ୍ଲେଖ ରହିଛି। କିନ୍ତୁ ମହିଳା ଜଣକ ରାନୀ ମିଶ୍ର ବୋଲି ତାଙ୍କର କେହି ସ˚ପର୍କୀୟ ଚିହ୍ନଟ କରି ନ ଥିବାରୁ ପୁଲିସ ତାଙ୍କ ପରିଚୟ ବିଷୟରେ କିଛି ସ୍ପଷ୍ଟ କରିପାରିନାହିଁ। ପୁଲିସ ଏ ନେଇ ଭୁବନେଶ୍ବର ନୟାପଲ୍ଲୀ ଥାନାକୁ ଖବର ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe