ରାସ୍ତା ଅବରୋଧ ସମୟରେ ମହିଳାଙ୍କ ମୃତ୍ୟୁ ଘଟଣା: ୮ ଜଣଙ୍କ ନାଁରେ ଓ୍ଵାରେଣ୍ଟ ଜାରି

Advertisment
ରାସ୍ତା ଅବରୋଧ ସମୟରେ ମହିଳାଙ୍କ ମୃତ୍ୟୁ ଘଟଣା: ୮ ଜଣଙ୍କ ନାଁରେ ଓ୍ଵାରେଣ୍ଟ ଜାରି

Representative photo

ଭୁବନେଶ୍ୱର: ୫ ନମ୍ବର ଜାତୀୟ ରାଜପଥ ଅବରୋଧ ସମୟରେ ୨୦୧୫ରେ କାର ଭିତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ୮ ଜଣଙ୍କ ନାଁରେ ଓ୍ଵାରେଣ୍ଟ ଜାରି କରିଛନ୍ତି। ଓ୍ଵାରେଣ୍ଟ ଜାରି କରାଯାଇଥିବା ଅଭିଯୁକ୍ତମାନେ ହେଲେ ସୁବ୍ରତ କୁମାର ବେହେରା, ରାକେଶ ପାଣିଗ୍ରାହୀ ଓରଫ ରାକା, ରଞ୍ଜନ ପ୍ରଧାନ ଓରଫ ରଞ୍ଜନ, ଅନନ୍ତ ସାମନ୍ତରାୟ, ତାରିଣୀ ଗୋଚ୍ଛାୟତ, ଚରଣ ଧଳ, ବଳରାମ ସାହୁ ଓ ଅରବିନ୍ଦ ସାହୁ ଓରଫ ପପୁ।

ମୃତକ ଥିଲେ ସୁମନ ଶର୍ମା। ସେ ଥିଲେ ଝାଡ଼ଖଣ୍ଡର ଜାମସେଦପୁର ନିବାସୀ। ଘଟଣା ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ୫ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଛାତ୍ରସଂଘ ନିର୍ବାଚନ ବାତିଲ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ଶ୍ରୀମତି ଶର୍ମା କାର ଭିତରେ ଅଚେତ ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe