ପୋଡି ହୋଇ ମହିଳା ମୃତ, ଅଭିଯୁକ୍ତଙ୍କୁ ଗିରଫ କରୁନି ପୁଲିସ

ପାରିବାରିକ କଳହରୁ ବର୍ବରତା : କିରାସିନି ଢାଳି ନିଆଁ ଲଗାଇଲା

India Today

ଭଦ୍ରକ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବିମ୍ବଳବର ଗ୍ରାମର ବିବାହିତ ମହିଳା ସଂଯୁକ୍ତା ଜେନାଙ୍କୁ ତାଙ୍କର ଶ୍ବଶୁର ଘର ଲୋକ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ହେଉଥିଲେ। ଶେଷରେ ଏଇ ନିର୍ଯ୍ୟାତନାର ପରିଣତି ହେଲା ପୋଡିହୋଇ ସଂଯୁକ୍ତାଙ୍କର ମୃତ୍ୟୁ ଘଟିବା। ମୃତ ସଂଯୁକ୍ତାଙ୍କର ସ୍ୱାମୀ ଜଗନ୍ନାଥ ଜେନା ୨୦୦୮ ମସିହାରେ ଜଳମଣ୍ଡୁଆ ଗ୍ରାମର ସଦାନନ୍ଦ ସାହୁଙ୍କ କନ୍ୟା ସଂଯୁକ୍ତାଙ୍କୁ ବୈଦୀକ ରୀତିରେ ବିବାହ କରିଥିଲେ। ସଂଯୁକ୍ତାଙ୍କର ମଧ୍ୟ ଏକ ୯ ବର୍ଷର ପୁତ୍ର ରହିଛି। ଗତ ଜାନୁଆରୀ ୨୩ ତାରିଖରେ ପରିବାରିକ କଳହ ଓ ନିର୍ଯ୍ୟାତନାକୁ ଯୋଗୁଁ ସଂଯୁକ୍ତା ପୋଡି ହୋଇଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତ ୩୦ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ସଂଯୁକ୍ତାଙ୍କ ମୃତ୍ୟୁ ପରେ ତାଙ୍କ ବାପା ସଦାନନ୍ଦ ଭଣ୍ଡାରିପୋଖରୀ ଥାନାରେ ତାଙ୍କ ଝିଅ ମୃତ୍ୟୁ ପାଇଁ ସଂଯୁକ୍ତାଙ୍କ ସ୍ୱାମୀ ଓ ତାଙ୍କ ଶ୍ୱଶୁର ଘର ପରିବାର ଲୋକଙ୍କୁ ଦାୟୀ କରି ଏତଲା ଦେଇଥିଲେ। ଏଇ ଏତଲାକୁ ଭିତ୍ତିକରି ପୁଲିସ ଥାନାରେ ମାମଲା ରୁଜୁ କରିଥିଲେ। ଏଇ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ। ଆଜି ବାଧ୍ୟ ହୋଇ ସଂଯୁକ୍ତାଙ୍କ ବାପା ଭଦ୍ରକ ଏସିପିଙ୍କୁ ଭେଟିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଏସପି ଅଫିସ୍ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe