କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଚିର୍ମା ଗ୍ରାମର ଦୟାମଣୀ ବିଶୋଇ(୫୫)ଙ୍କର ମୁଣ୍ଡବଥା ହେବାରୁ ଆଜି ସକାଳ ଦଶଟା ସମୟରେ ସ୍ୱାମୀ ବକ୍ସି ବିଶୋଇ ସାଙ୍ଗରେ ନେଇ କର୍ଚ୍ଚାମାଳ ଗ୍ରାମର ଜଣେ କ୍ଵାକଙ୍କ ଘରକୁ ଯାଇ ଦେଖାଇ ଥିଲେ। କ୍ବାକ ଜଣକ ରୋଗୀଙ୍କୁ ଦେଖି କିଛି ଔଷଧ ଦେଇଥିଲେ ଓ ଏକ ଇଞ୍ଜେକେସନ ଦେଇଥିଲେ। ଇଞ୍ଜେକ୍ସନ ଦେବାର ପାଞ୍ଚ ମିନିଟ ମଧ୍ୟରେ ଦୟାମଣୀଙ୍କର ମୃତ୍ୟୁ ହୋଇଗଲା।
ଏହା ଦେଖି କ୍ବାକ ମୃତ ଦୟାମଣୀର ସ୍ୱାମୀ ବକ୍ସି ବିଶୋଇଙ୍କୁ କିଛି ଅର୍ଥର ପ୍ରଲୋଭନ ଦେବି ବୋଲି କହି କାହାକୁ କିଛି କୁହନାହିଁ। ବକ୍ସି ବିଶୋଇ ନିଜର ସାନଭାଇ ଗୁଣନିଧି ବିଶୋଇଙ୍କୁ ଘଟଣା ବିଷୟରେ ଜଣାଇବାରୁ ତୁରନ୍ତ ଗ୍ରାମର ସଂପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କ୍ବାକ ଘରେ ଦୟାମଣୀ ବିଶୋଇଙ୍କର ମୃତ ଶରୀର ଦେଖି ତୁରନ୍ତ କୋଡ଼ିଙ୍ଗା ଥାନାରେ ଲିଖିତ ଭାବେ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ।
Follow Us