ଧାନ ଡୋଲି ଓଲଟିପଡ଼ି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

କାଲିମେଳାରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

India.com

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ରାତିରେ ଘରେ ଶୋଇଥିବା ସମୟରେ ସେହିଘରେ ଥିବା ଧାନ ଡୋଲି ଓଲଟି ପଡ଼ିଥିଲା ଏହା ଫଳରେ ଡୋଲି ତଳେ ଚାପିହୋଇ ରହିଥିଲେ ସ୍ବାମୀ ମାଗୁଆ ହୋ ଓ ସ୍ତ୍ରୀ ଜୀନା। ଗତକାଲି ରାତି ୧୨ଟା ସମୟରେ ଏହି ଅଘଟଣ ଘଟିଥିଲା।

ପରିବାର ଲୋକେ ଓ ପଡ଼ୋଶୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ସ୍ତ୍ରୀ ଜୀନାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଜୀନାଙ୍କ ବୟସ ୩୨ ବର୍ଷ ବୋଲି କୁହାଯାଇଛି। ଅପରପକ୍ଷରେ ଗୁରୁତର ସ୍ବାମୀ ଏବେ ବି ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe