ଘର ଭିରରକୁ ପଶିଲା ଦ୍ରୁତଗାମୀ କାର୍: ମହିଳା ମୃତ, ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ଘର ଭିରରକୁ ପଶିଲା ଦ୍ରୁତଗାମୀ କାର୍: ମହିଳା ମୃତ, ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଦେଇ ଅତିକ୍ରମ କରିଥିବା ୫୭ ନଂ ଜାତୀୟ ରାଜପଥର ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଲୁହୁରାଗଡ଼ିଆ ଛକ ନିକଟରେ ଏକ ଘର ଭିତରକୁ କାର ପଶି ଓଲଟି ଯାଇଛି। ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟ ଘଟିଛି । ମୃତ ମହିଳା ହେଲେ ସେହି ଗ୍ରାମର ପାନେଶ୍ଵରୀ ଧଳ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

publive-image

ସୂଚନା ଅନୁଯାୟୀ, ଆଜି ଭୋର ସକାଳ ସମୟରେ ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଏକ ଇନୋଭା ଆସୁଥିବା ବେଳେ ହଠାତ ରାସ୍ତାରେ ଥିବା ଘର ଭିତରକୁ ପଶି ଜଣେ ମହିଳାଙ୍କୁ ଧକ୍କା ଦେଇ କାରଟି ଓଲଟିପଡ଼ି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ିମଟର ଅଟକି ରହିଛି। ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଚାଳକ ଫେରାର ଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe