ସ୍ନାନ ସାରି ଘର ଭିତରକୁ ପଶିଲେ ମହିଳା, ସୁଇଚ୍ ଅନ୍ କରୁକରୁ ଚାଲିଗଲା ଜୀବନ

Advertisment

ଜଣଙ୍କ ଅବସ୍ଥା ସଂକଟାପନ୍ନ, ତିନି ଗୁରୁତର

ଜଣଙ୍କ ଅବସ୍ଥା ସଂକଟାପନ୍ନ, ତିନି ଗୁରୁତର

ସ୍ନାନ ସାରି ଘର ଭିତରକୁ ପଶିଲେ ମହିଳା, ସୁଇଚ୍ ଅନ୍ କରୁକରୁ ଚାଲିଗଲା ଜୀବନ

କୁଜଙ୍ଗ: ଆଜି ସକାଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ୪ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କ ଭିତରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ୩ ଆହତ କୁଜଙ୍ଗ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ,ବାଲିସାହି ଗ୍ରାମର ରାନୁ ବେହେରା(୨୯) ନିଜ ବାପ ଘରକୁ ଆସିଥିଲେ। ସେ ସକାଳେ ଗାଧେଇବେ ପରେ ଓଦା ଦେହରେ ଘର ଭିତରଗୁ ଆସିଥିଲେ। ରୁମଟି ଅନ୍ଧାରୁଆ ହୋଇଥିବା ହେତୁ ଲାଇଟ୍ ଜଳାଇବା ଲାଗି ସୁଇଚ୍ ଅନ୍ କରିଥିଲେ। ତତକ୍ଷଣାତ୍ ସେ ଚିତ୍କାର କରିଥିଲେ। ରାନୁଙ୍କ ପାଟି ଶୁଣି ଭାଇ ବାବୁଲି ରାଉତ ତାଙ୍କୁ ରକ୍ଷା କରିବା ଲାଗି ବିଦ୍ୟୁତ ଆଘାତ ପାଇ ତଳେ ପଡ଼ିଯାଇଥିଲେ। ଏହାପରେ ଉଭୟଙ୍କୁ ଉଦ୍ଧାର କରିବାକୁ ପଡ଼ୋଶୀ ଭାଗିରଥୀ ରାଉତ ଓ ଅନ୍ୟ ଦୁଇ ସଂପର୍କୀୟ ଉଲ ରାଉତ ଓ ଦାଶରଥୀ ରାଉତ ମଧ୍ୟ ଆହତ ହୋଇଥିଲେ। ଘଟଣାସ୍ଥଳରେ ହିଁ ରାନୁଙ୍କ ପ୍ରାଣବାୟୂୁ ଉଡ଼ିଯାଇଥିଲା। ତେଣେ ବାବୁଲିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ୩ ଆହତ ଭାଗିରଥୀ ରାଉତ, ଉଲ ରାଉତ ଓ ଦାଶରଥୀ ରାଉତ କୁଜଙ୍ଗ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe