ଧାନକଳରେ ଚାପି ହୋଇ ମହିଳା ମୃତ

Advertisment
ଧାନକଳରେ ଚାପି ହୋଇ ମହିଳା ମୃତ

INDIA/

ଦାନଗଦି/ଡୁବୁରି : କଳିଙ୍ଗନଗର ଥାନା ଅନ୍ତର୍ଗତ ବାଘୁଆପାଳ ଗ୍ରାମରେ ଆଜି ସକାଳେ ଜଣେ ମହିଳା ଧାନକଳରେ ଚାପି ହୋଇ ପ୍ରାଣ ହରାଇଛି । ମହିଳାଙ୍କ ନାମ ସୁମିତ୍ରା କାଲୁଣ୍ଡିଆ(୨୨)। ମଙ୍ଗଲ ସିଂ କାଲୁଣ୍ଡିଆଙ୍କ ପତ୍ନୀ ସୁମିତ୍ରା ଧାନ ପେଷାଇବାକୁ ସିଙ୍ଗିରାଇ ଗାଗରାଇଙ୍କ ଧାନକଳକୁ ଯାଇଥିଲେ। ଧାନ ପେଷାଇବା ସମୟରେ ତାଙ୍କ ଲୁଗା ଧାନ କଳରେ ପଶି ଯାଇଥିଲା। ମହିଳା ଜଣକ ଧାନକଳରେ ଚାପି ହୋଇଯିବା ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ କଳିଙ୍ଗନଗର ଥାନାକୁ ଜଣାଇଥିଲେ । ଖବରପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe