ସଡ଼କ ଦୁର୍ଘଟଣାରେ ମହିଳା ମୃତ

Advertisment
ସପା ନେତା, ପତ୍ନୀ ଏବଂ ମା’ଙ୍କୁ ଗୁଳିକରି ହତ୍ୟା

Image Courtesy of Republic World

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା ଅର୍ନ୍ତଗତ ପୁରୁଣାକଟକ–ତିଲେଶ୍ବର ରାସ୍ତାର ଚାଉଁରପୁର ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଅଟୋ ବାଇକକୁ ଧକ୍କା ଦେଇଥିଲା। ଫଳରେ ଏଥିରେ ଗୁରୁତର ଆହତ ବାଇକ୍ ଚାଳକଙ୍କ ପତ୍ନୀ ମଞ୍ଜୁଲତା ପ୍ରଧାନ (୨୬)ଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନାନୁସାରେ ଗତକାଲି ରାତିରେ ପୁରୁଣାକଟକରୁ ମହୋତ୍ସବ ଦେଖି ମୂଷାଡ଼ ଗ୍ରାମର ଅବନୀକାନ୍ତ ପ୍ରଧାନ ପତ୍ନୀ ମଞ୍ଜୁଲତା ଓ ୩ ବର୍ଷର ଝିଅକୁ ଧରି ବାଇକ୍ରେ ଘରକୁ ଫେରୁଥିଲେ। ଚାଉଁରପୁର ନିକଟରେ ସେମାନେ ବାଇକ୍ ରଖି ପରିସ୍ରା କରୁଥିବା ସମୟରେ ଏକ ଅଟୋରିକ୍ସା ଆସି ମଞ୍ଜୁଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ଡାକ୍ତରଖାନାକୁ ପଠାଯାଇଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସୋମବାର ସକାଳେ ମଞ୍ଜୁଲତାଙ୍କ ମୃତ୍ୟୁ ଘଟିଛି। ପୁରୁଣାକଟକ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe