ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ, ସହାୟତା ଦାବିରେ ରାସ୍ତାରୋକ

Advertisment
ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ, ସହାୟତା ଦାବିରେ ରାସ୍ତାରୋକ

ସୋନପୁର : ଅଜଣା ଗାଡ଼ି ଧକ୍କାରେ ସୋନପୁର ସ୍ପିନିଂ ମିଲ କଲୋନିରେ ରହୁଥିବା ପାଣ୍ଡବ ପଣ୍ଡାଙ୍କ ପତ୍ନୀ ଜାନକୀ ପଣ୍ଡା(୫୫)ଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଦାବିରେ ରବିବାର ରାସ୍ତାରୋକ କରାଯାଇଥିଲା।

ଜାନକୀ ଶନିବାର ଯାଉଥିବା ବେଳେ କଲୋନି ପାଖରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର୍‌ ହୋଇ ଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ରବିବାର ଶବ ପହଞ୍ଚିବା ପରେ ପଡ଼ାବାସୀ ସୋନପୁର- ସମ୍ବଲପୁର ରାସ୍ତାର ବୁଢ଼ରାଜା ଛକ ନିକଟରେ ସହାୟତା ଦାବିରେ ରାସ୍ତାରୋକ କରିଥିଲେ। ପ୍ରାୟ ଘଣ୍ଟାଏ ରାସ୍ତାରୋକ ହୋଇଥିଲା। ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ତ୍ରିପୁର ମହାନନ୍ଦ ପହଂଚି ରେଡକ୍ରସ ପାଣ୍ଠିରୁ ୧୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। କାଉନସିଲର ତାପସ ବେଉରା, ଶିଶଙ୍କର ନାଗ, ଟିକିନା ସାମନ୍ତାରା, ଜିତେନ୍ଦ୍ର ଦାଶ, ଆଶିଷ ସାହୁ, ବାବୁ ଜେନା ପ୍ରମୁଖଙ୍କ ନେତୃତ୍ୱରେ ରାସ୍ତାରୋକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe