ସର୍ପାଘାତର ଶିକାର ହୋଇଥିବା ମହିଳାଙ୍କ ବିଷ ଝାଡ଼ି ବାନ୍ଧବୀ ଗୁରୁତର

Advertisment
ସର୍ପାଘାତର ଶିକାର ହୋଇଥିବା ମହିଳାଙ୍କ ବିଷ ଝାଡ଼ି ବାନ୍ଧବୀ ଗୁରୁତର

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଅଧୀନ ଝଣଝଣା ଗ୍ରାମରେ ଘଟିଛି ଅଘଟଣ। ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କଠାରୁ ବିଷ ଝାଡ଼ିବାକୁ ଯାଇ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତ ମହିଳା ହେଲେ ଗ୍ରାମର ସୂର୍ଯ୍ୟମଣି ବେହେରାଙ୍କ ପତ୍ନୀ ଝୁନୁରାଣୀ ବେହେରା(୪୦)। ସେ ବିଲକୁ ଯାଇଥିବା ବେଳେ ସେଠାରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।

ଏହା ଜାଣିବା ପରେ ସେହି ଗ୍ରାମର ମିନତି ଦେହୁରୀ (ଝୁନୁରାଣୀଙ୍କ ବାନ୍ଧବୀ) ନାମକ ଜଣେ ମହିଳା ବିଷ ଝାଡ଼ାଇବାକୁ ଆସି ଝୁନୁରାଣୀଙ୍କଠାରୁ ବିଷ ଶୋଷିଥିଲେ। କିନ୍ତୁ କିଛି ସମୟ ପରେ ଝୁଣୁରାଣୀ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇ ଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ବିଷ ଶୋଷିଥିବା ମିନତି ଘରେ ଅସୁସ୍ଥ ହୋଇ ପଡ଼ିବାରୁ ପରିବାରଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ପରିବାର ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe