ଚାଞ୍ଚଲ୍ୟ: ଯୌନ ନିର୍ଯାତନାରୁ ମହିଳାଙ୍କ ମୃତ୍ୟୁ

Advertisment
ଜିଆଇଇଟି ଛାତ୍ରୀ ସ୍ମୃତିଶ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମୁନି, ଅଧ୍ୟାପକଙ୍କ ଅନୈତିକ କାର୍ଯ୍ୟ ପାଇଁ ବଳି ପଡ଼ିଲେ!

bbc

ସମ୍ବଲପୁର : ଦୁଷ୍କର୍ମ ଓ ବିଭତ୍ସ ଯୌନ ନିର୍ଯାତନା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଦୁଷ୍କର୍ମକାରୀ ମହିଳାଙ୍କ ଗୁପ୍ତାଙ୍ଗରେ ବାଡ଼ି ଭଳି ସାମଗ୍ରୀ ପୂରାଇ ତାଙ୍କୁ ମରଣ ମୁହଁକୁ ଠେଲିଦେବା ଘଟଣା ଜଣାପଡ଼ିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ, ସମ୍ପୃକ୍ତ ମହିଳା ଜଣକ ନିଜ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ପରିବାର ଲୋକଙ୍କୁ ବି ଜଣାଇ ନଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଯାଞ୍ଚ ପରେ ଏଭଳି ଅବସ୍ଥା ଦେଖି ଡାକ୍ତର ସମ୍ପୃକ୍ତ ମହିଳାଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ମହିଳା ଜଣକ ଡାକ୍ତରଙ୍କୁ ସବୁ କଥା କହିବା ପରେ ଏହି ନାରକୀୟ କାଣ୍ଡ ସଂପର୍କରେ ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଅପରାଧୀ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ମହିଳାଙ୍କୁ ଜଣେ ଦୁଷ୍କର୍ମ କରିଥିଲା ନା ଗଣଦୁଷ୍କର୍ମ ହୋଇଥିଲା ସେ ସମ୍ପର୍କରେ ସୂଚନା ମିଳିନାହିଁ।

ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ଦେବଗଡ଼ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ୩୨ ବର୍ଷୀୟା ମହିଳା ୪ ଦିନ ତଳେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପେଟରେ ଯନ୍ତ୍ରଣା ହେଉଥିବା ପରିବାର ଲୋକଙ୍କୁ କହିବା ପରେ ପରିବାର ଲୋକେ ତାଙ୍କୁ ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କ ଗୁପ୍ତାଙ୍ଗରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ପାଇଥିଲେ। ମହିଳାଙ୍କୁ ପଚାରିବା ପରେ ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଘଟଣା ଜଣାପଡ଼ିଥିଲା। ଗୁରୁବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ବୁର୍ଲା ମେଡିକାଲ ଫାଣ୍ଡି ପୁଲିସ ପକ୍ଷରୁ କୁହାଯାଇଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ବିଷୟରେ ସବୁକିଛି ସ୍ପଷ୍ଟ ହେବ। ବର୍ତ୍ତମାନ ବୁର୍ଲାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଘଟଣା ସମ୍ପର୍କରେ ଦେବଗଡ଼ ପୁଲିସକୁ ସୂଚିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe