ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

Advertisment
ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା
ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ଚିଲିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାବେରୀ ନଦୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ଶୋକର ଛାୟା ଖେଳିଯାଇଛି। ମୃତ ମହିଳା ହେଲେ ସୁକଦେଇ ଦୁରୁଆ (୩୬)।
ସୂଚନା ଅନୁଯାୟୀ, ଚିଲିପଦର ଗ୍ରାମର ସୁକଦେଇ ଦୁରୁଆ  ଆଜି ମଧ୍ୟାହ୍ନ ୧୨ଟା ବେଳେ ଗାଁ ପାଖ ସାବେରୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ପାଇଁ ସେ ପାଣିକୁ ଓହ୍ଲେଇ ଥିଲେ। ତେବେ ବହୁତ ସମୟ ଧରି ଘରକୁ ଫେରି ନଥିଲେ। ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସୁକଦେଇଙ୍କ ପତା ମିଳିନଥିଲା। ଶେଷରେ ନିରାଶ ହୋଇ ଘରକୁ ଫେରି ଆସିଥିଲେ। ଅପରାହ୍ନ ୪ଟା ବେଳେ ସୁକଦେଇଙ୍କ ଶବ ସାବେରୀ ନଦୀ କୂଳରେ ଲାଗିଥିବା ଶୁଣି ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସୁକଦେଇଙ୍କ ଶବ ଉଦ୍ଧାର କରିଥିଲେ। ଗାଧୋଇବା ବେଳେ ଗୋଡ଼ ଖସି ନଦୀରେ ବୁଡ଼ି ଯାଇ ମୃତ୍ୟୁ ଘଟିଛି ବୋଲି ବୈପାରିଗୁଡା ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି ସୁକଦେଇଙ୍କ ପୁଅ ମାଙ୍ଗା ଦୁରୁଆ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ବୈପାରିଗୁଡା ପୁଲିସ ପ୍ରକାଶ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe