ପୋଖରୀରେ ବୁଡ଼ି ମହିଳା ମୃତ

Advertisment
ପୋଖରୀରେ ବୁଡ଼ି ମହିଳା ମୃତ

HealthXchange.sg

କୋକସରା: ଜୟପାଟଣା ଥାନା ରେଙ୍ଗାଲପାଲି ଗାଁ ନିକଟ ରେଙ୍ଗାଲପାଲି-ଲଡୁଗାଁ ରାସ୍ତା କଡ଼ରେ ଥିବା ମାରୱାଡ଼ି ବନ୍ଧକୁ ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଶନିବାର ଦିନ ୧୦ଟାରେ ଉମା ରାଉତଙ୍କ ସ୍ତ୍ରୀ ସାବିତ୍ରୀ (୪୦) ଓ ୪ ବର୍ଷର ପୁଅ ଉମେଶ ମାରୱାଡ଼ି ବନ୍ଧକୁ ଗାଧୋଇବାକୁ ଯାଇଥିଲେ।

ପୁଅକୁ ପୋଖରୀ ହୁଡ଼ାରେ ରଖି ସାବିତ୍ରୀ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ। କିଛି ଲୋକ ଏହା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଆସି ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ କିଛି ସମୟରେ ପରେ ସାବିତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ମୃତ ମହିଳାଙ୍କ ଏକ ୪ ବର୍ଷର ପୁଅ ଉମେଶ ଥିବା ବେଳେ ପରିବାରକୁ  ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe