ବଡ଼ନଦୀରେ ଭାସିଯାଇ ମହିଳା ମୃତ 

Advertisment
ବଡ଼ନଦୀରେ ଭାସିଯାଇ ମହିଳା ମୃତ 

ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଶାସନ ପଞ୍ଚାୟତ ସାନଦୋଡ଼ଙ୍ଗା ଗ୍ରାମର ସ୍ଵର୍ଗତ ଅଭିମନ୍ୟୁ ରାଉତଙ୍କ ସ୍ତ୍ରୀ ଅମି ରାଉତ(୫୬) ବଡ଼ନଦୀରେ ଭାସିଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତା ଅମିଙ୍କ ପୁତୁରା ପ୍ରକାଶଙ୍କ ଅଭିଯୋଗ କ୍ରମେ ଗାଙ୍ଗପୁର ଥାନାରେ କେସ ନଂ ୨୨/୨୨ ପ୍ରକାରେ ପୁଲିସ  ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି। ଆଜି ସକାଳ ୭ଟା ସମୟରେ ଅମି ବଡ଼ନଦୀକୁ ସବୁଦିନ ପରି ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ।

ଗ୍ରାମବାସୀ ନଦୀତୁଠରେ ଅମିଙ୍କ ଲୁଗାପଟା ପଡ଼ିଥିବା ଦେଖି ଖୋଜାଖୋଜି କରିଥିଲେ। ପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନଦୀରୁ ଶବ ଉଦ୍ଧାର କରିଥିଲେ। ଅମିଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପୁତୁରା ପ୍ରକାଶ, ରମେଶ, ଶରତ, ସୁଶାନ୍ତ ପ୍ରମୁଖ ଆସି ଗ୍ରାମରେ ପହଞ୍ଚିଥିଲେ। ସରପଞ୍ଚ ସରପଞ୍ଚ ଭଂଜନୀ ନାଇକ ଓ ସମିତିସଭ୍ୟ ପିନାକୀନୀ ବିଷୋୟୀ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ ଓ ସମାଜସେବୀ ଅଶୋକ ପରିଡ଼ା ପ୍ରମୁଖ ପହଞ୍ଚି ଅମିଙ୍କ ଶେଷକୃତ୍ୟ ନିମନ୍ତେ ୨ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe