ବେକରେ ଓଢ଼ଣି ଦେଇ ମହିଳା ଝୁଲିପଡ଼ିଲେ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ଜଣେ ବିବାହିତ ମହିଳା ବେକରେ ଓଢ଼ଣି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ କେନ୍ଦୁଗୁଡା ଗ୍ରାମର ତୁଳସୀ ଗୌଡ (୪୦) ବୋଲି ଜଣାପଡିଛି। ଏ ନେଇ ମୃତ ମହିଳାଙ୍କ ସ୍ଵାମୀ ରଞ୍ଜିତ ଗୌଡ଼ ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ କେନ୍ଦୁଗୁଡା ନିବାସୀ ତୁଳସୀ ଗୌଡ (୨୧) ଡାବୁଗାଁ ଥାନା ହାତିବେଡା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିଗୁଡ଼ାରେ ରଞ୍ଜିତ ଗୌଡ଼ଙ୍କୁ ବିବାହ କରିଥିବା ବେଳେ ସ୍ଵାମୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଥିବାରୁ ତୁଳସୀ ନିଜ ବାପା ଘର କେନ୍ଦୁଗୁଡାରେ ଗତ ୧୫ ଦିନ ହେଲା ରହି ଆସୁଥିଲା। ତେବେ ଗତ ତିନି ଦିନ ତଳେ ତାଙ୍କ ସ୍ବାମୀ ମୁଣ୍ଡିଗୁଡାକୁ ଫେରିଥିଲେ। ସ୍ତ୍ରୀ ବାପା ଘରକୁ ଯାଇଥିବା ଜାଣି ସେ କେନ୍ଦୁଗୁଡ଼ା ଯାଇ ଘରକୁ ଫେରି ଯିବାପାଇଁ କହି ଚାଲି ଆସିଥିଲେ।

ଗତକାଲି ସକାଳେ ତୁଳସୀ କେନ୍ଦୁଗୁଡ଼ା ଗାଁ ପାଖ ପୋଖରୀକୁ ଯାଇଥିଲେ। ତେବେ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ଖବର ମିଳି ନ ଥିଲା। ଆଜି ସକାଳ ୭ ଘଣ୍ଟ ସମୟରେ କେନ୍ଦୁଗୁଡା ଗ୍ରାମ ନିକଟ ପଥିରି ଜଙ୍ଗଲରେ ଏକ କୁସୁମ ଗଛରେ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ତୁଳସୀଙ୍କ ସ୍ଵାମୀ ରଞ୍ଜିତ ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅପରାହ୍ନରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାର ତଦନ୍ତ ପୁଲିସ ଏସ ଆଇ ବିଜୁରାମ ବାଘ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe