ନଗଦ ୨ଲକ୍ଷ, ତିନି ପିଲାଙ୍କୁ ନେଇ ପତ୍ନୀ ଫେରାର୍

Advertisment

ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ

ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ

ଜମିଜମା ବିବାଦରୁ ଭାଇକୁ ଶାବଳରେ ପିଟି ହତ୍ୟା

YouTube

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମୋହିନୀ ନାୟକ ନାମକ ଜଣେ ବିବାହିତା ମହିଳା ରବିବାର ଅପରାହ୍ନରେ ଘରୁ କେଉଁଆଡ଼େ ଉଭାନ୍‌ ହୋଇଗଲେ। ବୁଝିଲା ବେଳକୁ ସେ ନଗଦ ୨ଲକ୍ଷ ଟଙ୍କା ସହ ନିଜର ତିନି ସନ୍ତାନଙ୍କୁ ଧରି ଫେରାର୍‌ ହୋଇ ଯାଇଥିବା ଜଣାପଡ଼ିଲା। ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିନେଇ ସ୍ବାମୀ ବାବୁଲା ନାୟକ ଦିଗପହଣ୍ଡି ଥାନାରେ ଏକ ଲିଖିତ ଏତଲା ଦେଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ରବିବାର ଦିନ ବାବୁଲା ନିଜ ପତ୍ନୀ ମୋହିନୀ, ଦୁଇ ପୁଅ ଓ ଗୋଟିଏ ଝିଅକୁ ଚାଞ୍ଚଡ଼ାପଲ୍ଲୀ ନିଜ ଘରେ ଛାଡ଼ି ଭଉଣୀକୁ ଛାଡ଼ିବା ପାଇଁ ସକାଳ ସାଢେ଼ ନଅଟାରେ ପୋଡ଼ାମାରୀ ଗ୍ରାମକୁ ଯାଇଥିଲେ। ବାବୁଲା ପୂର୍ବାହ୍ଣ ୩ଟା ପରେ ଘରକୁ ଫେରିବା ବେଳକୁ ପତ୍ନୀ ଓ ପିଲାମାନେ ନଥିଲେ। ତଲାସୀ ବେଳେ ଘର ଆଲମିରାରୁ ନଗଦ ୨ଲକ୍ଷ ଟଙ୍କା ଗାଏବ୍‌ ହୋଇ ଯାଇଥିବା ଦେଖିଥିଲେ। ଏହାପରେ ବାବୁଲା ବିଳମ୍ବିତ ରାତି ସୁଦ୍ଧା ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ନୀ ଓ ପିଲାମାନଙ୍କ କୌଣସି ସନ୍ଧାନ ପାଇ ନଥିଲେ। ଏ ସମ୍ପର୍କରେ ବାବୁଲା ସୋମବାର ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe