ରାଜଧାନୀରେ ଚାଞ୍ଚଲ୍ୟ: ଥାନା ପାଖରେ ମହିଳାଙ୍କୁ ଗଣଦୁଷ୍କର୍ମ, ଦୁଇ ସିକ୍ୟୁରିଟି ଗାର୍ଡ ଗିରଫ

Advertisment
ଆଦିବାସୀ ନାବାଳିକାଙ୍କୁ ମଦ ପିଆଇ ଦୁଷ୍କର୍ମ

ଭୁବନେଶ୍ବର : ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଗଲା। ଚିତ୍କାର କରି ଡାକିଲେ ବି‌ କେହି ଶୁଣିବାକୁ ନଥିଲେ କି ପୁଲିସ ବି ପହଞ୍ଚିପାରିନଥିଲା। କଳେବଳେ କୌଶଳେ ଯୌନପିପାସୁଙ୍କ ପଞ୍ଝାରୁ ଖସି ଲୁଚିବା ପାଇଁ ରାତିସାରା ମହିଳା ଜଣକ ଏଗଳି ସେଗଳି ବୁଲିଲେ। ଖୋଜି ଖୋଜି ଶେଷରେ ଥାନାରେ ହାଜର ହୋଇ ‌କାଳ ରାତିର ଭୟଙ୍କର କଥା କହିଥିଲେ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଖାର‌ବେଳନଗର ଥାନା ଅଞ୍ଚଳରେ। ଅଭିଯୋଗ ପରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଥାନା ନିକଟରେ ଥିବା ଏକ ଘରୋଇ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ବୋଲି ଜଣାପଡ଼ିଛି। ସେମାନେ ହେଲେ ଏୟାରଫିଲ୍ଡ ଥାନା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ (୪୮) ଓ ଲକ୍ଷ୍ମୀସାଗର ଥାନା ଝାରପଡ଼ା ଅଞ୍ଚଳର ବସନ୍ତ କୁମାର ସାହୁ(୪୦)। ଉଦ୍‌ବେଗର କଥା‌ ଯେ ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଥିବା ଏକ ବ୍ୟାଙ୍କ ଚଟାଣରେ ମହିଳାଙ୍କୁ ଦୁଷ୍କର୍ମ କରାଯାଉଥିଲେ ବି ପୁଲିସ ଜାଣିପାରିନଥିଲା। କମିସନରେଟ୍‌ ପୁଲିସର ରାତ୍ରୀ ସୁରକ୍ଷା ବ୍ୟବସ୍ଥା, ପିସିଆର୍‌ ପାଟ୍ରୋଲିଂ କେତେ କଡ଼ାକଡ଼ି ଏଥିରୁ ସ୍ପଷ୍ଟ ବାରି ହେଉଛି।

ପୁଲିସ ସୂଚନା ମୁତାବକ ଗତ ୩୦ ତାରିଖ ଦିନ ମହିଳାଜଣଙ୍କ କଟକରୁ କୌଣସି କାମରେ ଭୁବନେଶ୍ବର କୋର୍ଟ ଆସିଥିଲେ। କୋର୍ଟରୁ କାମ ସାରି ରାମ ମନ୍ଦିର ନିକଟକୁ ଆସି ସେଠାରେ ବସିଥିଲେ। ବିଳମ୍ବିତ ରାତିଯାଏ ସେଠାରେ ବସିଥିବା ଦେଖି ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ତାଙ୍କ ନିକଟକୁ ଆସି କଥା ହୋଇଥିଲେ। ସିକ୍ୟୁରିଟି ଗାର୍ଡ ବୋଲି ପରିଚୟ ଦେଇ ସେ ତାଙ୍କ ମନରେ ବିଶ୍ବାସ ଜନ୍ମାଇଥିଲେ। ଏତେ ରାତିଯାଏ ଏଠି କାହିଁକି ବସିଛ? କେଉଁଠି କି ଯିବ? ଏସବୁ ପଚାରି ବୁଝିଥିଲେ। ସବୁ ବୁଝିବା ପରେ ତାଙ୍କୁ ଏକ ଲଜ୍‌ରେ ରହିବାକୁ କହି ନିଜ ପାଖରେ ରଖିଥିଲେ। ଲଜ୍‌ କଥା କହି ନିଜ ପାଖରେ ରହିବାକୁ କହିବାରୁ ମହିଳାଜଣକ ସନ୍ଦେହ କରିଥିଲେ। ଆଉ ଅମଙ୍ଗ ହୋଇ ଚାଲିଆସିବା ବେଳେ ପୂର୍ଣ୍ଣଚନ୍ଦ୍ର ତାଙ୍କୁ ମାଡ଼ି ବସି ବ୍ୟାଙ୍କ ଭିତର ଘରକୁ ନେଇଯାଇଥିଲେ।

ଏତିକିବେଳେ ତାଙ୍କ ସହଯୋଗୀ ବସନ୍ତ ବି ସେଠାରେ ପହଞ୍ଚିଯାଇଥିଲେ। ଦୁଇ ଜଣ ମିଶି ମହିଳାଙ୍କୁ ଦୁଷ୍କର୍ମ କଲେ। କଳେବଳେ କୌଶଳେ ମହିଳାଜଣକ ସେମାନଙ୍କ ପଞ୍ଝାରୁ ଖସିଯାଇଥିଲେ ଏବଂ ପରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପଟେ ଏଠି ପ୍ରଶ୍ନ ଉଠୁଛି ଯେ କାହିଁକି ମହିଳା କୋର୍ଟରୁ ରାମମନ୍ଦିର ଆସିଥିଲେ? କଟକ ଯିବା ପାଇଁ ସେ ତ କଳ୍ପନାରୁ ଯାଇପାରିଥାଆନ୍ତେ? ଯଦି ରାତି ହୋଇଥିଲା, ସେଠି ମଧ୍ୟ ଲଜ୍‌ କିମ୍ବା ହୋଟେଲ୍‌ରେ ରହିପାରିଥାଆନ୍ତେ। ରାମ ମନ୍ଦିର ପାଖରେ ବସିବା, ଅଜଣା ଅପରିଚିତ ସିକ୍ୟୁରିଟି ଗାର୍ଡଙ୍କ ସହ ଯିବା ଭଳି କଥାଟିକୁ ପୁଲିସ ସହଜରେ ଗ୍ରହଣ କରିପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe