ଶିଶୁ ହତ୍ୟା ମାମଲାର ଶୁଣାଣି: ମହିଳାଙ୍କୁ ଆଜୀବନ କାରାଦଣ୍ଡ

Advertisment
ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ବାଲିସରା ଗାଁରେ ଜଣେ ଶିଶୁକୁ ହତ୍ୟା କରିବା ଅଭିଯୋଗରେ ଜଣେ ମହିଳା ଅଭିଯୁକ୍ତଙ୍କୁ ଜିଲ୍ଲା ଦୈାରାଜଜ କୋର୍ଟ ପକ୍ଷରୁ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଯେ, ୨୦୧୮ ଡିସେମ୍ବର ୧୧ ତାରିଖ ବିଶ୍ବନାଥପୁର ଥାନା ବାଲିସରା ଗାଁରେ ଘରେ ବାପା-ମା'ଙ୍କ ଅନୁପସ୍ଥିତିରେ ୪ବର୍ଷର ଶିଶୁ କନ୍ୟା ଇନ୍ଦୁ ମାଝୀଙ୍କୁ ସେହି ଗାଁର ମହିଳା ସାନେ ମାଝୀ (୪୦) ରାତିରେ ଘରୁ ଉଠାଇ ନେଇ ବାହାରେ ପଥରରେ ଛେଚି ହତ୍ୟା କରିଥିଲା।

ଏନେଇ ମୃତ ଶିଶୁର ବାପା ସାନ୍ଦ୍ରୃ ମାଝୀ ବିଶ୍ବନାଥପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ସାନେ ମାଝୀକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ବୁଧବାର କଳାହାଣ୍ଡି ଜିଲ୍ଲା ଦୈାରାଜଜ ଦୀପ୍ତି ରଞ୍ଜନ କାନୁନଗୋ ୨୧ ଜଣଙ୍କ ସାକ୍ଷୀଙ୍କ ସ୍ବାକ୍ଷକୁ ଆଧାର କରି ଅଭିଯୁକ୍ତ ସାନେ ମାଝୀକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ଅଧିକ ୬ ମାସ କାରାଦଣ୍ଡ ପାଇଁ ରାୟ ପ୍ରକାଶ କରିଛନ୍ତି। ପିପି ନିଦର୍ଶିନୀ ରଥ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe