Advertisment

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ: ଦୁଇ ଜଣଙ୍କୁ କୋର୍ଟରେ ମିଳିଲା ଆଜୀବନ କାରାଦଣ୍ଡ

Advertisment
ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ: ଦୁଇ ଜଣଙ୍କୁ କୋର୍ଟରେ ମିଳିଲା ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼: ପ୍ରେମିକ ଓ ତା’ର ପ୍ରେମିକାକୁ ଆଜୀବନ କାରଦାଣ୍ଡାଦେଶ ହୋଇଛି। ୨୦୧୩ର ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ ଶୁଭଦର୍ଶୀ ପଟ୍ଟନାୟକ ଦୁଇ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡା ଶୁଣାଇଛନ୍ତି। ଏହା ସହିତ ୫୦୦୦ ଟଙ୍କା ଜିରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଦଣ୍ଡ ଦେଇଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ଯେ, ସୁନ୍ଦରଗଡ଼ ଟାଉନର ବ୍ରାହ୍ମଣପଡ଼ାର ଗତିକୃଷ୍ଣ ପୁରୋହିତ ଜଣେ ବୀମା ‌ଏଜେଣ୍ଟ ଥିଲେ। ସେ ଭାରିଯାନଗୁଡ଼ିକର ବୀମା କରାଉଥିଲେ। ଏହାରି ମଧ୍ୟରେ ତାଙ୍କ ସ୍ତ୍ରୀ ସିତୁଙ୍କ ସହିତ ବିଶ୍ବରଂଜନ ପଣ୍ଡାଙ୍କର କୌଣସି ପ୍ରକାରରେ ପରିଚୟ ହୋଇଥିଲା। ବିଶ୍ବରଂଜନ ବୀମା ଗ୍ରାହକ ହେବା ବାହାନାରେ ଗତିକୃଷ୍ଣଙ୍କ ଘରକୁ ପ୍ରଥମେ ଆସିଥିଲେ। ସେ ତାଙ୍କର ଉତ୍ତମ ବ୍ୟବହାର ବଳରେ ଗତିକୃଷ୍ଣଙ୍କର ବନ୍ଧୁ ହୋଇଯାଇଥିଲେ। ଏପରିକି ସ୍ବତନ୍ତ୍ର ପାର୍ଟି ସହ ଏକାଠି ମଜାମସ୍ତି କରୁଥିଲେ। କିନ୍ତୁ ଗତିକୃଷ୍ଣ ଜାଣିପାରି ନଥିଲେ ଯେ, ବିଶ୍ବରଂଜନଙ୍କ ସହିତ ତାଙ୍କର ସ୍ତ୍ରୀ ସିତୁଙ୍କର ଅବୈଧ ସଂପର୍କ ଦିନକୁଦିନ ଆହୁରି ମଜବୁତ ହେଉଛି। କାଳକ୍ରମେ ସିତୁ ଓ ବିଶ୍ଵ ରଞ୍ଜନଙ୍କ ଅନୈତିକ ପ୍ରେମ ବଢ଼ିବା ସହିତ ଗତିକୃଷ୍ଣଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ ‌ହୋଇଥିଲା। ହତ୍ୟାକାଣ୍ଡ ପୂର୍ବରୁ ସିତୁ ନିଜ ବାପ ଘରକୁ ଚାଲିଯାଇଥିଲେ। ୨୦୧୩ ଅକ୍ଟୋବର ୧୦ ତାରିଖ ଦିନ ପ୍ରେମିକ-ପ୍ରେମିକା ଭେଡ଼ାବାହଲ ଛକକୁ ଗତିକୃଷ୍ଣଙ୍କୁ ଡାକିଥିଲେ। ଏକ ଚାରିଚକିଆ ବାହ ଭିତରେ ଛୁରୀରେ ବେକ, ପେଟ, ଛାତିକୁ ଆକ୍ରମଣ କରିଥିଲେ। ଗତିକୃଷ୍ଣଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହେମଗିରି ଥାନା ଗର୍ଜନପାହାଡ଼ା ଧନୁବାଉଁଶ ସଂରକ୍ଷିତ ଜଙ୍ଗଲରେ ପୋତି ଦେଇଥିଲେ।

ଏହା ପରେ ସିତୁ ପଣ୍ଡା ଅଭିନୟ ଆରମ୍ଭ କରିଦେଇଥିଲେ। ସେ ଟାଉନ ଥାନା ଆଗରେ ଧାରଣା ଦେଇଥିଲେ। ମାତ୍ର ସିତୁ ପଣ୍ଡାଙ୍କୁ ପଚରାଉଚରା କରିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା। ପୁଲିସ ତଦନ୍ତକୁ ଅଧିକ ସକ୍ରିୟ କରିଦେଇଥିଲା। ଶେଷରେ ମୃତଦେହ ଉଦ୍ଧାର କରି ଘଟଣାର ପର୍ଦ୍ଦାଫାସ କରିଥିଲା। ସ୍ତ୍ରୀ ଏବଂ ପ୍ରେମିକଙ୍କୁ ପୁଲିସ ଗିରଫ କରିଥିଲା।

ଶୁଣାଣି ‌ବେଳେ ଜିଲ୍ଲା ଦୌରା ଜଜ୍ ୨୭ ଜଣଙ୍କ ସାକ୍ଷୀଙ୍କ ବୟାନ, ପ୍ରମାଣ, ୨୮ ଗୋଟି ଦସ୍ତାବିଜ, ସରକାରୀ ଓକିଲଙ୍କ ଦୃଢ ଯୁକ୍ତି ଭିତ୍ତିରେ ଦଫା ୩୦୨ ଅନୁଯାଇ ଉଭୟ ପ୍ରେମିକ-ପ୍ରେମିକାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦୦୦ ଟଙ୍କା ଜରିମାନା କରିଛନ୍ତି ଏହା ସହ ବାପ ଛେଉଣ୍ଡ ଝିଅକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ମାମଲାକୁ ଜିଲ୍ଲା ସରକାରୀ ଓକିଲ ଦିଲ୍ଲୀପ କୁମାର ମୁର୍ମୁ ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe