ବାତ୍ୟା ଅମ୍ଫାନ ବେଳେ ଅଗ୍ନିଶମ ବାହିନୀ ଗାଡ଼ିରେ ପ୍ରସବ କଲେ ମହିଳା, ଉଭୟ ମାଆ ଓ ନବଜାତ ସୁସ୍ଥ ଥିବା ସୂଚନା

Advertisment
ବାତ୍ୟା ଅମ୍ଫାନ ବେଳେ ଅଗ୍ନିଶମ ବାହିନୀ ଗାଡ଼ିରେ ପ୍ରସବ କଲେ ମହିଳା, ଉଭୟ ମାଆ ଓ ନବଜାତ ସୁସ୍ଥ ଥିବା ସୂଚନା

ମହାକାଳପଡ଼ା: ବାତ୍ୟା ଅମ୍ଫାନକୁ ନେଇ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଓ ପବନର ବେଗ ବଢିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରୁ ଆସିଛି ଏକ ଭିନ୍ନ ଖବର। ଆମ୍ବୁଲାନ୍ସ ଆସି ନ ପାରିବାରୁ ବାଧ୍ୟ ହୋଇ  ଅଗ୍ନିଶମ ଗାଡ଼ିରେ ପ୍ରସୂତି ଯାଉଥିବା ବେଳେ ବାଟରେ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ମହାକାଳପଡ଼ା ପଞ୍ଚାୟତର ଜହଁରା ଗ୍ରାମର ହାପିନା ସେଠୀଙ୍କ ସ୍ତ୍ରୀ ଜାନକୀ ସେଠୀଙ୍କର ଆଜି ସକାଳେ ପ୍ରସବ ବେଦନା ହୋଇଥିଲା। ଏହାପରେ ପରିବାର ଲୋକେ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ବାଟରେ  ବହୁସଂଖ୍ୟକ ଗଛ ଭାଙ୍ଗି ପଡ଼ିଥିବାରୁ ଆମ୍ବୁଲାନ୍ସ ଆସି ନ ପାରିଥିଲା।

ଏହାପରେ ବାତ୍ୟା ଅମ୍ଫାନର ମୁକାବିଲା ଲାଗି ଥିବା ଏକ  ଅଗ୍ନିଶମ ବାହିନୀ ଗାଡ଼ିରେ ପ୍ରସୂତି ଜାନକୀଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାକୁ ବାଧ୍ୟ ହୋଇଥିଲେ। ତେବେ ଗାଁରୁ ମାତ୍ର ତିନି କିଲୋମିଟର ବାଟ ଯିବା ପରେ ସେହି ଗାଡ଼ିରେ ଜାନକୀ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। ଏହାପରେ  ତାଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ମାଆ ଓ ନବଜାତ ସୁସ୍ଥ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe