ପାରାଦୀପରେ ଅଭାବନୀୟ ଘଟଣା: ଟ୍ରଲି ଉପରେ ପ୍ରସବ କଲେ ଗର୍ଭବତୀ

ପାରାଦୀପରେ ଅଭାବନୀୟ ଘଟଣା: ଟ୍ରଲି ଉପରେ ପ୍ରସବ କଲେ ଗର୍ଭବତୀ

ପାରାଦୀପ: ପୁଣି ଆସିଲା ହୃଦୟ ବିଦାରକ ଦୃଶ୍ୟ। ଶୁଣିଲେ ନାହିଁ କେହି, ଆଉ ମଝି ରାସ୍ତାରେ ପ୍ରସବ କଲେ ମହିଳା, ତାପୁଣି  ଏକ ଟ୍ରଲି ଉପରେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବନ୍ଦର ନଗରୀ ପାରାଦୀପରେ। ନିକଟସ୍ଥ ସଣ୍ଡକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ମହିଳା ପ୍ରସବ ବେଦନା ସହି ନପାରି ଟ୍ରଲି ଉପରେ ହିଁ ଜନ୍ମ କରିଦେଲେ ଏକ କନ୍ୟା ସନ୍ତାନ।

ହାଡ଼ ଭଙ୍ଗା ଶୀତକୁ ଏପଟେ ପ୍ରସବର ଅସହ୍ୟ ବେଦନା। ରାସ୍ତା ଉପରେ ଚିତ୍କାର ଶୁଣି କେତେଜଣ ସ୍ଥାନୀୟ ମହିଳା ଆସିଲେ ଆଉ ଲୁଗା ଘୋଡ଼ାଇ ଦେବାରୁ ଜନ୍ମ ହେଲା ଏକ କନ୍ୟା ସନ୍ତାନ। ମହିଳା ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଦୁହୁରିଆ ଜମ୍ମୁଧର ଅଞ୍ଚଳର ସରାଫତ ଖାଁଙ୍କ ପତ୍ନୀ ସଲାମୁନ ଖାତୁନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe