ଆମ୍ବୁଲାନ୍‌ସରେ ୩ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

Advertisment
ଆମ୍ବୁଲାନ୍‌ସରେ ୩ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଭଂଜନଗର : ଗଂଜାମ ଜିଲ୍ଲା ଅର୍ନ୍ତଗତ ଭଂଜନଗର ଅଞ୍ଚଳର ଜଣେ ମହିଳା ୧୦୨ ଆମ୍ବୁଲାନ୍‌ସରେ ତିନିଟି କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାଆ ଓ ତିନି ନବଜାତ ଶିଶୁଙ୍କୁ ଏବେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତିନି ନବଜାତକଙ୍କୁ ଏସ୍‌ଏନ୍‌ସିୟୁରେ ସ୍ୱତନ୍ତ୍ର ଅବ୍‌ଜେରଭେସନ୍‌ରେ ରଖାଯାଇଛି। ପ୍ରଥମେ ଜନ୍ମ ହୋଇଥିବା ଶିଶୁଟିର ଓଜନ ୭୦୦ ଗ୍ରାମ ଓ ପରେ ଜନ୍ମ ହୋଇଥିବା ୨ଟି ଶିଶୁଙ୍କ ଓଜନ ଏକ କିଲୋ ଲେଖାଏଁ ଥିବା ଆଶାକର୍ମୀ ବବିତା ସେଠୀ ସୂଚନା ଦେଇଛନ୍ତି। ତେବେ ମହିଳାଜଣକ ସୁସ୍ଥ ଥିବା ଜଣାପଡ଼ିଛି।

ତାରସିଂ ପଂଚାୟତ ସୁରମଣି ଗାଁର ବାବୁଲା ନାୟକଙ୍କ ପତ୍ନୀ ପ୍ରୀତିଲତାଙ୍କ ଆଜି ସକାଳେ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ୧୦୨ ଆମ୍ବୁଲାନସରେ ଭଂଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଉଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ସେ ଆମ୍ବୁଲାନ୍‌ସ ଭିତରେ ତିନି କନ୍ୟାସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଭଂଜନଗର ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ତିନି ନବଜାତ ଓ ମା’ ପ୍ରୀତିଲତାଙ୍କୁ ଡା.ବୃନ୍ଦାବନ ଗୌଡଙ୍କ ଉପସ୍ଥିତିରେ ଚିକିତ୍ସା କରାଯାଇଥିଲା। ଭାରପ୍ରାପ୍ତ ଏସଡିଏମଓ ଡା.ମନୋଜ ପଣ୍ଡାଙ୍କ ପରାମର୍ଶ କ୍ରମେ ତିନି ଶିଶୁଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ପଠାଇ ଦିଆଯାଇଛି। ତେବେ ଗତ ନଭେମ୍ବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ଏସ୍‌ଏନ୍‌ସିୟୁ ବର୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe