ଅଟୋରେ ପ୍ରସବ କଲେ ମହିଳା, ରୋଗୀ ନଦେଖି ସ୍ଥାନାନ୍ତର ଅଭିଯୋଗ

Advertisment
ଅଟୋରେ ପ୍ରସବ କଲେ ମହିଳା, ରୋଗୀ ନଦେଖି ସ୍ଥାନାନ୍ତର ଅଭିଯୋଗ

ଘୁ.ଉଦୟଗିରି : ଗୁରୁବାର ରାତିରେ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଟୋରେ ହିଁ ଜଣେ ପ୍ରସୂତି ସନ୍ତାନ ପ୍ରସବ କରିଛନ୍ତି। ପ୍ରସୂତି ଅଟୋରେ ବସି ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଡାକ୍ତର କିମ୍ବା ନର୍ସ ଆସିଲେ ନାହିଁ। ଏପରକି ରୋଗୀ ନଦେଖି ଡାକ୍ତର ତାଙ୍କୁ ଫୁଲବାଣୀ ସ୍ଥାନାନ୍ତର କରିଦେଲେ ବୋଲି ଅଭିଯୋଗ ହୋଇଛି।

publive-image

ମିଳିଥିବା ସୂଚନା ଅନୁସାରେ, ସନ୍ଧ୍ୟା ୭ଟାରେ ନିଲୁଙ୍ଗିଆ ଗ୍ରାମର ନଙ୍ଗା ପ୍ରଧାନଙ୍କ ଝିଅ ମଇନା ପ୍ରଧାନ ପ୍ରସବ ନିମନ୍ତେ ଆଶାଦିଦିଙ୍କ ସହାୟତାରେ ପହଞ୍ଚିଥିଲେ। ତେବେ କାର୍ଯ୍ୟରତ ଡାକ୍ତର ବାହାରୁ ହିଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର୍‌ କରିଦେଇ ଏବଂ ରାଇକିଆରୁ ଆମ୍ବୁଲାନ୍ସ ଡାକୁଛି ବୋଲି କହିଥିଲେ। ଦୀର୍ଘ ୧ ଘଣ୍ଟା ବାହାରେ ଅଟୋରେ ବସି ଛଟପଟ ହେଉଥିବା ବେଳେ ରାଇକିଆରୁ ଆମ୍ବୁଲାନ୍ସ ଆସିବା ବେଳକୁ ମହିଳାଙ୍କ ପ୍ରସବ ହୋଇ ସାରିଥିଲା। ଏ ନେଇ ଡାକ୍ତର ଅଶୋକ କୁମାର ପ୍ରଧାନଙ୍କୁ ପଚାରିବାରୁ ଏମିତି କ’ଣ ପ୍ରସବ ହେଉନାହିଁ କି ବୋଲି କହିଥିଲେ। ତାଙ୍କ କାଗଜପତ୍ର ଠିକ୍‌ ନ ଥିବା ଯୋଗୁଁ ପ୍ରସୂତିଙ୍କୁ ସ୍ଥାନାନ୍ତର କରାଯାଉଥିଲା ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe