ହକି ଅଲିମ୍ପିଆନଙ୍କୁ ମିଳିଲା ‘ଟାଟା ଅଲ୍‌ଟ୍ରୋଜ୍‌’

Advertisment
ହକି ଅଲିମ୍ପିଆନଙ୍କୁ ମିଳିଲା ‘ଟାଟା ଅଲ୍‌ଟ୍ରୋଜ୍‌’

ରାଉରକେଲା: ଟୋକିଓ ଅଲିମ୍ପିକ୍‌ସରେ ପଦକ ଜିତିଥିବା କ୍ରୀଡ଼ାବିତ୍‌ମାନଙ୍କୁ ବିଭିନ୍ନ ରାଜ୍ୟ ସରକାର, ଶିଳ୍ପୋଦ୍ୟୋଗ ପକ୍ଷରୁ ପୁରସ୍କାର ରାଶି, ଏକାଧିକ ଉପହାର ପ୍ରଦାନ କରାଯାଇଥିଲା। ତେବେ ଅଲିମ୍ପିକ୍‌ସରେ ନିଜ ନିଜ କ୍ରୀଡ଼ା ବର୍ଗରେ ଉତ୍କର୍ଷ ପ୍ରଦର୍ଶନ କରିବାସତ୍ତ୍ବେ ଅଳ୍ପକେ ମେଡାଲରୁ ବଞ୍ଚିତ ହୋଇଥିବା ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ‘ଟାଟା ଅଲ୍‌ଟ୍ରୋଜ୍‌’ ସୁନା ରଙ୍ଗର କାର୍‌ ଦେବାକୁ ଟାଟା ‌ମୋଟର୍ସ‌୍ ପକ୍ଷରୁ ଘୋଷଣା କରାଯାଇଥିଲା।

publive-image

ଏହି କ୍ରମରେ ଆଜି ଜିଲ୍ଲାର ଦୁଇ ମହିଳା ହକି ତାରକା ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ କାର୍‌ ପ୍ରଦାନ କରାଯାଇଛି। ସ୍ଥାନୀୟ ଏକ ଡିଲର୍‌ଙ୍କ ସୋ’ରୁମ୍‌ରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟଅତିଥି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଖେଳାଳି କାର୍‌ର ଚାବି ଦେଇଥିଲେ। ଉତ୍ସବରେ ଦୁଇ ସମ୍ବର୍ଦ୍ଧିତ ଖେଳାଳିଙ୍କ ପରିବାର ସଦସ୍ୟ, ହକି କୋଚ ରାଜୁକାନ୍ତ ସାଇନି, ସିଲଭେଷ୍ଟାର ଟପ୍ପୋ, ବେନେଡିକ୍ଟ୍‌ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ସୂଚନାଯୋଗ୍ୟ, ଭାରତୀୟ ମହିଳା ହକି ଦଳର ୧୯ ଜଣ ସଦସ୍ୟାଙ୍କ ସମେତ ଗଲ୍‌ଫ ଖେଳାଳି ଅଦିତି ଅଶୋକ, କୁସ୍ତିଯୋଦ୍ଧା(୮୬ କେଜି) ଦୀପକ ପୁନିଆ, ଡିସ୍‌କସ୍‌ ଥ୍ରୋ ଖେଳାଳି କମଳପ୍ରୀତ କୌର, ମୁଷ୍ଟିଯୋଦ୍ଧା(୯୧ କେଜି) ସତୀଶ କୁମାର ଓ ମୁଷ୍ଟିଯୋଦ୍ଧା(୭୫ କେଜି) ପୂଜା ରାନୀଙ୍କୁ ମଧ୍ୟ କାର୍‌ ପ୍ରଦାନ କରିବାକୁ କମ୍ପାନି ପକ୍ଷରୁ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe