ହାତୀ ଆକ୍ରମଣରୁ ସ୍ୱାମୀ ଓ ପୁଅକୁ ବଞ୍ଚାଇବାକୁ ଯାଇ ମହିଳା ଗୁରୁତର, କଟକ ସ୍ଥାନାନ୍ତର

Advertisment
ହାତୀ ଆକ୍ରମଣରୁ ସ୍ୱାମୀ ଓ ପୁଅକୁ ବଞ୍ଚାଇବାକୁ ଯାଇ ମହିଳା ଗୁରୁତର, କଟକ ସ୍ଥାନାନ୍ତର

ଢେଙ୍କାନାଳ: ଜିଲ୍ଲାରେ ହାତୀ-ମଣିଷ ଲଢେଇ କମିବାର ନା ନେଉ ନାହିଁ। ଶନିବାର ଦିନ ହିନ୍ଦୋଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ଓଡାପଡ଼ା ବ୍ଳକ ଚାଇଁପୁର ଗ୍ରାମରେ ସ୍ୱାମୀ ଓ ପୁଅକୁ ହାତୀ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ଚାଇଁପୁର ଗ୍ରାମର ମନୋଜ ନାଏକ ଘର ନିକଟ ପଡ଼ିଆକୁ ଶୌଚ ହେବାକୁ ଯାଇଥିବାବେଳେ ଏକ ହାତୀ ତାଙ୍କୁ ଗୋଡାଇଥିଲା। ଜୀବନ ବଞ୍ଚାଇବା ପାଇଁ ଦୌଡି ଘରକୁ ଚାଲିଆସିଥିଲେ। ହାତୀ ତାଙ୍କ ଘର ନିକଟରେ ପୁଅକୁ ଆକ୍ରମଣ କରିବା ସମୟରେ ପତ୍ନୀ ସୁଚିତ୍ରା ନାଏକ ପୁଅକୁ ବଞ୍ଚାଇ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ସୁଚିତ୍ରାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।। ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ହିନ୍ଦୋଳ ଉପଖଣ୍ଡ ହାତୁରା ପଞ୍ଚାୟତ ଜୟପାଙ୍ଗା ଗ୍ରାମର ଜନୈକ ଯୁବକଙ୍କୁ ଶନିବାର ସକାଳୁ ଏକ ଦନ୍ତା ହାତୀ ଆକ୍ରମଣ କରି ଜୀବନ ନେଇଥିଲା। ମୃତବ୍ୟକ୍ତି ହେଲେ କାରଣ ନାଏକଙ୍କ ପୁଅ ସିଦ୍ଧାର୍ଥ ନାଏକ (୨୨)। ସେ ସକାଳୁ ଶୌଚ ପାଇଁ ଘର ନିକଟସ୍ଥ ପଦାକୁ ଯାଇଥିଲେ। ସେହି ସ୍ଥାନରେ ତାଙ୍କୁ ଏକ ଦନ୍ତା ଅତର୍କିତ ଭାବେ ସିଦ୍ଧାର୍ଥଙ୍କୁ ଆକ୍ରମଣ କରିଥିଲା। ହାତୀଟି ଆକ୍ରମଣ ପରେ ସେହି ସ୍ଥାନ ଛାଡି ଚାଲି ଯାଉଥିବାବେଳେ ସିଦ୍ଧାର୍ଥକୁ ହିନ୍ଦୋଳ ମେଡିକାଲକୁ ଆଣିଥିଲେ। ସେଠାାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe