ଗୁଳିମାଡ଼ରେ ମହିଳା ଆହତ

Advertisment
ଗୁଳିମାଡ଼ରେ ମହିଳା ଆହତ

ଦେବଗଡ଼ : ବାରକୋଟ ଥାନା ସିହଂଶାଳ ପଞ୍ଚାୟତ ଅନ୍ତର୍ଗତ କଦୋଗୁଡା ଗ୍ରାମରେ ବୁଧବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ରାଜେଶ ମହନ୍ତଙ୍କ ପତ୍ନୀ ଋକ୍ମିଣୀ ମହନ୍ତ (୩୦) ଗୁରୁତର ଆହତ ହୋଇଛନ୍ତି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ  ରହିଛି। ଋକ୍ମିଣୀ ଘର ଭିତରେ ରୋଷେଇ କରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଘର ଭିତରକୁ ଆସି ତାଙ୍କ ଉପରକୁ ହଠାତ୍‌ ଗୁଳି ଚଳାଇଥିଲା। ଋକ୍ମିଣୀଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପରେ ବିଳମ୍ବିତ ରାତିରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe