ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଓଲିଉଡ ଅଭିନେତା ଅମ୍ଲାନଙ୍କ ସ୍ତ୍ରୀ !

Advertisment
ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଓଲିଉଡ ଅଭିନେତା ଅମ୍ଲାନଙ୍କ ସ୍ତ୍ରୀ !

କଟକ: ମହାନଦୀକୁ ଡେଇଁ ପଡ଼ିଥିବା ମହିଳା ହେଲେ ଓଲିଉଡ ଅଭିନେତା ଅମ୍ଲାନ ଦାସଙ୍କ ସ୍ତ୍ରୀ । ମହାନଦୀରୁ ଅମ୍ଲାନଙ୍କ ପତ୍ନୀଙ୍କୁ ଉଦ୍ଧାର କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲା ପୁଲିସ । ଏହାପରେ ସିଡିଏ ଫେଜ-୨ ଥାନାରେ ପହଞ୍ଚି ପତ୍ନୀଙ୍କୁ ଆଣିବାକୁ ପହଞ୍ଚିଥିଲେ ଥିଲେ ଅଭିନେତା ଅମ୍ଲାନ । ପୁଲିସ ସୂତ୍ର ଅନୁସାରେ ସିଡିଏ ମଧୁସୂଦନ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଥିଲେ ଅମ୍ଲାନଙ୍କ ସ୍ତ୍ରୀ । ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।

କଟକ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିଲେ ଅମ୍ଲାନଙ୍କ ସ୍ତ୍ରୀ । ଜଣେ ମହିଳା ପାଣିକୁ ଡେଇଁବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୁଲିସ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ସେପଟେ ପତ୍ନୀଙ୍କୁ ଆଣିବା ପାଇଁ ଥାନାରେ ପହଞ୍ଚିଥିଲେ ଅମ୍ଲାନ । ତାଙ୍କ ପତ୍ନୀ ଏବେ ସୁସ୍ଥ ଅଛନ୍ତି । ଦୁଇ ଜଣ ଏହି ଘଟଣା ବିଷୟରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ଅମ୍ଲାନ ।

ସୂଚନାଯୋଗ୍ୟ, ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଅମ୍ଲାନଙ୍କ ସ୍ତ୍ରୀ ମଧୁସୂଦନ ପୋଲ ଉପରକୁ ପହଂଚିଥିଲେ। ସେ ପୋଲ ଉପରେ ସ୍କୁଟିକୁ ଷ୍ଟାଣ୍ଡମାରି ରଖିଥିଲେ। ରାସ୍ତାରେ ଯାଉଥିବା ଲୋକେ କେହି କିଛି ଭାବିବା ପୂର୍ବରୁ ହଠାତ୍‌ ମହାନଦୀକୁ ଡେଇଁପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ନିକଟସ୍ଥ ପୁଲିସକୁ ସୂଚନା ପ୍ରଦାନ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ସ୍ଥାନୀୟ ଲୋକଙ୍କର ସହାୟତାରେ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe