ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲମାନେ ପୁଣି ଥରେ ଜଣେ ମହିଳାଙ୍କୁ ଟାର୍ଗେଟ୍‌ କରିଛନ୍ତି। ତେଲେଙ୍ଗାନା ପୁଲିସର ଇନଫର୍ମର ସଂଦେହରେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ନିଜର କାପୁରୁଷତାକୁ ଦର୍ଶାଇଛନ୍ତି। ବିଜାପୁର ଜିଲ୍ଲାର ପେରୁଡ ଅଂଚଳରୁ ଗତ ୭ ତାରିଖ ଦିନ ସକାଳ ୮ଟା ବେଳେ ସୁକରା ୟାଲମ ନାମକ ମହିଳାଙ୍କୁ ତାଂକ ଘରୁ ଅପହରଣ କରି ନେବା ପରେ ପ୍ରାୟ ୩ କିଲୋମିଟର ଯିବା ପରେ ସେଠାରେ ଜଂଗଲରେ ନିର୍ଦ୍ଧୁମ ପିଟିଥିଲେ। ତେଲେଙ୍ଗାନା ପୁଲିସକୁ ଲଗାତାର ନକ୍ସଲ ଗତିବିଧି ସଂପର୍କରେ ଖବର ଦେଉଥିବା ନେଇ ଅଭିଯୋଗ କରିଥିଲେ। ଚାରିଚାରି ଥର ପୁଲିସ ଇନଫର୍ମର ନହେବାକୁ ତାଗିଦ କରିବା ସତ୍ବେ ସୁକରା ୟାଲମ ଶୁଣିନଥିଲେ।

ଏହି ଖବର ପଢ଼ନ୍ତୁ: ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା କଲେ ନକ୍ସଲ

Advertisment

ନକ୍ସଲମାନେ ରକ୍ତମୁଖା ହୋଇଛନ୍ତି। ସୀମାନ୍ତ ଛତିଶଗଡ଼ରେ ତାଣ୍ଡବ ରଚୁଛନ୍ତି। ଦୁଇ ଦିନରେ ୨ ଜଣ ମହିଳାଙ୍କୁ ହତ୍ୟା କରିଛନ୍ତି। ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ହତ୍ୟା କରିବାର ଦିନକ ପରେ ପୁଣି ଜଣେ ମହିଳାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଫଳରେ ନକ୍ସଲ ପ୍ରଭାବିତ ଗାଁଗୁଡ଼ିକରେ ମହିଳାଙ୍କର ଚିନ୍ତା ବଢ଼ିଯାଇଛି। 

ଏହି ଖବର ପଢ଼ନ୍ତୁ: ନକ୍ସଲ ହମଲା; ୩ ଯବାନ ଆହତ

ତେବେ ସୁକରାଙ୍କ ସ୍ବାମୀ ରମେଶ ୟାଲମ ମଧ୍ୟ ନକ୍ସଲଙ୍କୁ ପତ୍ନୀକୁ ଛାଡ଼ି ଦେବାକୁ ଜଂଗଲକୁ ଯାଇ ନିବେଦନ କରିଥିଲେ। କିନ୍ତୁ ଜଂଗଲରେ ସ୍ବାମୀ ରମେଶକୁ ମଧ୍ୟ ନକ୍ସଲ ନିର୍ଦ୍ଧୁମ ପିଟିଥିଲେ। ତୁରନ୍ତ ଜଂଗଲରୁ ସେ ଚାଲିଯିବାକୁ ଧମକ ଦେଇ ପତ୍ନୀକୁ ସାଂଗରେ ରଖିଥିଲେ। ପରେ ସୁକରାଙ୍କୁ ବେକରେ ଦୌଡି ଦେଇ ହତ୍ୟା କରିଥିଲେ। ଶବକୁ ଗାଁ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ। 

ଏହି ଖବର ପଢ଼ନ୍ତୁ: କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ଡିଏସ୍‌ କୁଟ୍ଟେ

ଗ୍ରାମବାସୀ ପୁଲିସକୁ ସୂଚନା ଦେବା ପରେ ଘଟଣାସ୍ଥଲରେ ପୁଲିସ ପହଞ୍ଚି ତଦନ୍ତ କରୁଛି। ଗତ ତିନି ଦିନରେ ଦୁଇ ଦୁଇ ଜଣ ମହିଳାଙ୍କୁ ହତ୍ୟା କଲେଣି ନକ୍ସଲ। ମହିଳାଙ୍କୁ ହତ୍ୟା କରି ନକ୍ସଲ କଣ କହିବାକୁ ଚାହୁଁଚନ୍ତି ବୋଲି ଏସପି ଯିତେନ୍ଦ୍ର ୟାଦବ କହିଛନ୍ତି। ନକ୍ସଲ ନିଜକୁ ସୁରକ୍ଷିତ ମଣୁନଥିବା ବେଳେ ରହିବା ପାଇଁ ଉଚିତ ଠିକଣା ପାଇପାରୁନାହାନ୍ତି। ଯାହାଫଳରେ ଏଭଲି ହତ୍ୟା କରି ଲୋକଙ୍କୁ ଭୟଭୀତ କରାଇବାକୁ ଚାହୁଁଛନ୍ତି ବୋଲି ପୁଲିସ କହିଛ।

ଏହି ଖବର ପଢ଼ନ୍ତୁ: ଅଟୋମେଟିକ୍ ଅନ୍ ହେବ ଲାଇଟ୍