ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ

Advertisment
ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ
କୋରାପୁଟ/ଦଶମନ୍ତପୁର: ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡାଗଡ଼ ପଞ୍ଚାୟତ ଅଧିନସ୍ଥ ଦୁଦୁରିଆ ଗୁଡା ଗାଁର ଦୈମତୀ ପାଇକ(୫୫)।
ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ଗାଁ ନିକଟସ୍ଥ ଦାଦି ବୁଡା ପାହାଡ଼ରେ ବାଉଁଶ କରଡି ସଂଗ୍ରହ କରିବାକୁ ଏକୁଟିଆ ଯାଇଥିଲେ ଏବଂ ଭାଲୁ ଆକ୍ରମଣର ଶିକାର ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ଫଳରେ ଆଜି ପୂର୍ବାହ୍ନରେ ଗ୍ରାମବାସୀକୁ ଘଟଣାକୁ ନେଇ ଝିଅ ପରିବାର ଲୋକେ  ପ୍ରଥମେ ଜଣାଇ ଥିଲେ । ଏହା ପରେ ଗ୍ରାମବାସୀଙ୍କୁ ଡାକି ନେଇ ଜଙ୍ଗଲରେ ଯାଇ ଖୋଜାଖୋଜି କରି ଥିଲେ ଏବଂ ମହିଳାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି  ଭାଲୁ ଆକ୍ରମଣ କରି ଥିବା ସନ୍ଦେହ କରି  ସାଙ୍ଗେ ସାଙ୍ଗେ ବନବିଭାଗକୁ ଖବର ଦେଇଥିଲେ। ଏଥିରେ  ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।  ପରେ ଘଟଣା ସମ୍ପର୍କରେ ବିଭାଗ ପକ୍ଷରୁ ଥାନାରେ ଏତଲା ଦେଇଥିଲେ ଏବଂ ଶବ ବ୍ୟବଛେଦ ପାଇଁ କୋରାପୁଟ ପଠା ଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe