ହାତୀ ଆକ୍ରମଣରେ ଅଜଣା ମହିଳାଙ୍କ ମୃତ୍ୟୁ

Advertisment
ହାତୀ ଆକ୍ରମଣରେ ଅଜଣା ମହିଳାଙ୍କ ମୃତ୍ୟୁ

ମେଲଛାମୁଣ୍ଡା/ଘେଁସ/ପଦ୍ମପୁର : ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ତଥା ଘେଁସ ବନାଂଚଳର ଦୁବୁଲାବାହାଲ ଠାରେ ହାତୀ ଆକ୍ରମଣରେ ଜଣେ ଅଜଣା ମହିଳାଙ୍କ ମୃତ୍ୟୁ ହୋଇଛି। ରବିବାର ରାତିରେ ଧଉଁରାମୁଣ୍ଡାକୁ ହାତୀ ପଲ ଆସି ଧାନକୁ ଖାଇବା ସହ ମାଡ଼ି ଦଳି ନଷ୍ଟ କରିଥିଲେ। ସୋମବାର ସକାଳେ ଦୁୁବୁଲାବାହାଲ ଓ ତେଲମହୁଲ ରାସ୍ତା ମଝିରେ ଥିବା ଦୁବୁଲା ବାହାଲ ଗ୍ରାମର କ୍ଷୀରୋଦ୍ର ପଧାନଙ୍କ ଚାଷ ଜମିରେ ଉକ୍ତ ମହିଳା ଜଣ ହାତୀ ହାବୁଡ଼ରେ ପଡ଼ିଥିଲେ। ମହିଳାଙ୍କ ଆନୁମାନିକ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ। ଖବର ପାଇଲା ପରେ ଘେଁସ ରେଂଜର ରେବତୀ ରଂଜନ ଯୋଶୀ ମେଲଛାମୁଣ୍ଡାକୁ ଥାନାକୁ ଅବଗତ କରିଥିଲେ। ମେଲଛାମୁଣ୍ଡା ଥାନାଧିକାରୀ ରଂଜିତ ନାଏକ ଘଟଣାସ୍ଥଳକୁ ପହଂଚି ଏଏସଆଇ ରାଧେଶ୍ୟାମ ବାଗଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ହାତୀ ପଲ ଝାଂଜ ପାହାଡ଼ରେ ଅଛନ୍ତି ବୋଲି ଘେଁସ ରେଂଜ୍‌ର କର୍ମଚାରୀମାନେ କହୁଛନ୍ତି। ଘଟଣାସ୍ଥଳକୁ ଏସିଏଫ ମଦନଲାଲ ଶର୍ମା ପହଂଚିଥିଲେ। ଏଏସଆଇ ରାଧେଶ୍ୟାମ ବାଗ ଏକ ଅପମୃତ୍ୟୁ ମାମଲାରେ ଘଟଣା ତଦନ୍ତ କରୁଛନ୍ତି। ମହିଳାଙ୍କ ଶବକୁ ପଦ୍ମପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ୨୦୧୭ ଜାନୁଆରି ୯ ତାରିଖରେ ମଧ୍ୟ ଜ୍ଞାନ ଗ୍ରାମର ଜଣେ ବୃଦ୍ଧଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଫଳରେ ଏହି ଅଂଚଳରେ ହାତୀକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ରାସ୍ତାଗୁଡିକରେ ଲୋକଙ୍କ ଯିବା ଆସିବା ଏକ ପ୍ରକାରର ବନ୍ଦ ହୋଇଯାଇଛି। ଆଂଚଳିକ କୃଷକ ସଂଘ ତରଫରୁ ଅଂଚଳରେ ହାତୀ ପଲକୁ ତଡ଼ିବା ନେଇ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe