ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

Advertisment
ବଜ୍ରପାତରେ ଦୁଇ ମୃତ, ବର୍ଷା ଯୋଗୁଁ ଗଛ ତଳେ ନେଇଥିଲେ ଆଶ୍ରୟ

ଘଟଗାଁ/ପଣ୍ଡାପଡ଼ା : ଘଟଗାଁ ବ୍ଲକ୍‌ ରୁଟିଶିଳା ପଞ୍ଚାୟତ ରୁଟିଶିଳା ମୁଣ୍ତାସାହିର ବିନୋଦ ମୁଣ୍ତାଙ୍କ ସ୍ତ୍ରୀ ମଙ୍ଗୁଳି ମୁଣ୍ତାଙ୍କ ବୁଧବାର ଅପରାହ୍‌ଣ ୫ଟା ବେଳେ ବଜ୍ରାଘାତରେ ମୃତ୍ୟୁ ଘଟିଛି। ମଙ୍ଗୁଳି ବୁଢ଼ୀନଦୀରୁ ଗାଧୋଇ ସାରି ପୁଅ ସହ ଘରକୁ ଆସୁଥିବା ସମୟରେ ବଜ୍ରପାତ ହୋଇଥିଲା। ବଜ୍ରାଘାତ ଘଟଣାସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଆହତ ହୋଇଛନ୍ତି।

ଜିଲ୍ଲାପରିଷଦ ସଭ୍ୟା ଯାଜ୍ଞସେନୀ ମହାନ୍ତ, ସରପଞ୍ଚ ଗତିକୃଷ୍ଣ ନାଏକ, ସମିତିସଭ୍ୟ କୈବଲ୍ୟ ନାଏକ, ସମାଜସେବୀ ହେମନ୍ତ ନାଏକ, ଖଗେଶ୍ବର ମହାନ୍ତ ପ୍ରମୁଖ ପହଞ୍ଚି ରୁଟିଶିଳା ରାଜସ୍ବ ନିରୀକ୍ଷକ ସଂଜୟ କୁମାର ପୁହାଣ ଏବଂ ପଣ୍ଡାପଡ଼ା ପୁଲିସକୁ ଖବର ଦେଇଥିଲେ। ମୃତଦେହକୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe