ପୁରୀ: ଜମି ବିଦାଦକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା

Advertisment
ପୁରୀ: ଜମି ବିଦାଦକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା

ପୁରୀ: ଦୀର୍ଘ ବର୍ଷରୁ ଲାଗି ରହିଥିବା ଜମି ବିବାଦକୁ କେନ୍ଦ୍ର କରି ଆଜି ପୂର୍ବାହ୍ନରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଣ୍ଡଗୋହିରୀର ପାଇକପଡ଼ା ଗ୍ରାମର ଜଣେ ବୟସ୍କା ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ନିହତ ମହିଳା ବାଲୁଙ୍କୀ ସେଠୀଙ୍କ ସ୍ୱାମୀ ଆନନ୍ଦ ସେଠୀ ଓ ପାଇକପଡ଼ା ଗ୍ରାମର ଗ୍ରାମରକ୍ଷୀ ବଂଶୀଧର ମଳିକଙ୍କ ମଧ୍ୟରେ ୮ ଡେସିମିଲ୍‌ ଜମିକୁ ନେଇ ଦୀର୍ଘ ୪ ବର୍ଷ ହେବ ବିବାଦ ଲାଗି ରହିଥିଲା।

ଆଜି ବାଲୁଙ୍କୀ ସେହ ଜମିରେ ଥିବା ଗଛରୁ ଫୁଲ ତୋଳୁଥିବା ବେଳେ ବଂଶୀଧର ତାଙ୍କୁ ଠେଲି ଦେଇଥିଲେ। ଫଳରେ ତଳେ ପଡ଼ି ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନେବା ବେଳେ ଚନ୍ଦନପୁର ନିକଟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଏ ସଂକ୍ରାନ୍ତରେ ଆନନ୍ଦ ସେଠୀ ଥାନାରେ ମୌଖିକ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରିବାକୁ ବାହାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe