ମହିଳା ସଶକ୍ତୀକରଣରେ ବ୍ରତୀ: ନେତ୍ରୀ ପ୍ରଧାନ, ଗାଁକୁ କରିଛନ୍ତି ହର୍ବାଲ ଔଷଧର ଅନ୍ତୁଡ଼ିଶାଳ

Advertisment
ମହିଳା ସଶକ୍ତୀକରଣରେ ବ୍ରତୀ: ନେତ୍ରୀ ପ୍ରଧାନ, ଗାଁକୁ କରିଛନ୍ତି ହର୍ବାଲ ଔଷଧର ଅନ୍ତୁଡ଼ିଶାଳ

ବରଗଡ଼, (ଅଞ୍ଜନ ପ୍ରଧାନ): ବରଗଡ଼ ବ୍ଲକ୍‌ ଗାଇସୀମା ଗାଁର ନେତ୍ରୀ ପ୍ରଧାନ। ନାମ ଯେମିତି କାମ ବି ସେମିତି। ନିଜେ ଜଣେ ନେତ୍ରୀ ସାଜି ‌ସେ ଆଜି ୩୧ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମଙ୍ଗ ଧରିଛନ୍ତି। ନିଜର ପ୍ରଚେଷ୍ଟା ମାଧ୍ୟମରେ ଗଁାକୁ ବି ହର୍ବାଲ ଔଷଧର ଏନ୍ତୁଡ଼ିଶାଳରେ ପରିଣତ କରିଛନ୍ତି। ଏଥିପାଇଁ ବି ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି।

୨୦୦୧ ମସିହାର କଥା। ସେତିକିବେଳେ ଏସ୍‌ଏଚ୍‌ଜି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ନେତ୍ରୀ ଗୋଟିଏ ଏସ୍‌ଏଚ୍‌ଜିର ଦାୟିତ୍ବ ନେଇଥିଲେ। ହେଲେ ଏଥିପାଇଁ ତାଙ୍କୁ ସଦସ୍ୟା ଯୋଗାଡ଼ କରିବା ମୁସ୍କିଲ ହୋଇପଡ଼ିଥିଲା। କାରଣ ମହିଳାମାନେ ଘରୁ ବାହାରି ସ୍ବଇଚ୍ଛାରେ କାମ କରିବାକୁ ଲୋକେ ସହଜରେ ହଜମ କରିପାରୁ ନ ଥିଲେ। ଗ୍ରାମାଞ୍ଚଳରେ ତ ମହିଳାମାନେ କାମ କରିବା ଶୁଣିଲେ ଲୋକେ ନାକ ଟେକୁଥିଲେ। ଶାଶୂଘର ଲୋକେ ଏଥି ସକାଶେ ଅନୁମତି ଦେଉନଥିଲେ। ହେଲେ ନେତ୍ରୀ ହାର୍‌ ମାନିନଥିଲେ। ଘରଘର ବୁଲି ସଚେତନତା ବାର୍ତା ଦେଇ ପ୍ରବର୍ତ୍ତାଇବା ଆରମ୍ଭ କରିଥିଲେ। କଷ୍ଟେମଷ୍ଟେ ‌େଗାଟିଏ ଏସ୍‌ଏଚ୍‌ଜି ଗଠନ ହେଲା। ପରେ ସଂଖ୍ୟା ୧୦ ପର୍ଯ୍ୟନ୍ତ ପହଂଚିଲା। ଏବେ ୩୧ଟି ଏସ୍‌ଏଚ୍‌ଜି ସହ ସେ ସଂପୃକ୍ତ। ମହିଳାମାନଙ୍କୁ ନେଇ ସିଲେଇ ତାଲିମ, ଛତୁଅା ପ୍ରସ୍ତୁତି ଆଦି କାମ ଚାଲିଛି। ଶ୍ରୀମତୀ ପ୍ରଧାନଙ୍କ ଉଦ୍ୟମ ଏତିକିରେ ସରିନାହିଁ। କିଛି ବର୍ଷ ତଳେ ସେ ହର୍ବାଲ ଔଷଧ ପ୍ରସ୍ତୁତି ପାଇଁ ସେ ତାଲିମ ନେଇଥିଲେ। ଏହି କୌଶଳକୁ ଆସି ସେ ନିଜ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହ ବାଣ୍ଟିଥିଲେ। ଏବେ ତାଙ୍କ ନେତୃତ୍ବରେ ଥିବା କିଛି ଏସ୍‌ଏଚ୍‌ଜି ହର୍ବାଲ ଔଷଧ ପ୍ରସ୍ତୁତ କରୁଛନ୍ତି। ପ୍ରାୟ ୪/୫ଟି ଗାଁରେ ମହିଳାମାନେ ଜଡ଼ିବୁଟି ଏବଂ ଅନ୍ୟ ପ୍ରାକୃତିକ ସାମଗ୍ରୀ ସଂଗ୍ରହ କରି ଗାଁରେ ହିଁ ଔଷଧ ତିଆରି କରୁଛନ୍ତି। ବିଭିନ୍ନ ମେଳା ଏବଂ ବଜାରରେ ଏସବୁ ଔଷଧ ଅତି ସ୍ବଳ୍ପ ଦରରେ ବିକ୍ରି କରୁଛନ୍ତି। ଏସବୁର ଦିନକୁଦିନ ଚାହିଦା ବି ବଢ଼ୁଛି। ନେତ୍ରୀଙ୍କ ନେତୃତ୍ବରେ ଏବେ ୫ଶହରୁ ଅଧିକ ମହିଳା ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ବାଟ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe