କରୋନା ଲଢେଇରେ ମହିଳା ସ୍ବେଛାସେବୀ : ମାସ୍କ ବାଣ୍ଟିବା ସହ ସଚେତନ କରୁଛନ୍ତି ରାହିମା ଖାତୁନ୍

Advertisment
କରୋନା ଲଢେଇରେ ମହିଳା ସ୍ବେଛାସେବୀ : ମାସ୍କ ବାଣ୍ଟିବା ସହ ସଚେତନ କରୁଛନ୍ତି ରାହିମା ଖାତୁନ୍

ଫୁଲବାଣୀ : କରୋନା ଲଢେଇରେ ଅନ୍ୟମାନଙ୍କ ଭଳି ମହିଳା ସ୍ବେଛାସେବୀ କାମ କରୁଛନ୍ତି। ନିଜେ ମାସ୍କ ତିଆରି କରି ମାଗଣାରେ ବାଣ୍ଟିବା ସହ ଲୋକଙ୍କୁ କରୋନା ସଚେତନତା କରୁଛନ୍ତି। କନ୍ଧମାଳର ଏମିତି ଜଣେ ମହିଳା ସ୍ବେଛାସେବୀ ହେଉଛନ୍ତି ରାହିମା ଖାତୁନ। ସେ ନିଜ ଅର୍ଥରେ କପଡା କିଣି ମାସ୍କ ତିଆରି କରୁଛନ୍ତି। ଏସବୁ ମାସ୍କ ସକାଳୁ ସକାଳୁ ଘରୁ ବାହାରି ବିଭିନ୍ନ ଗାଁଗାଁ ବୁଲି ବୟସ୍କ, ଛୋଟପିଲା ଓ ଗରିବଙ୍କୁ ବାଣ୍ଟୁଛନ୍ତି। ତାହା ପୁଣି ମାଗଣାରେ। ଏଥି ସହ କରୋନାର ଭୟାବହତା ଓ ଏଥିରୁ ମୁକ୍ତି ନିମନ୍ତେ ବିଭିନ୍ନ ଉପାୟ କହି ଲୋକଙ୍କୁ ଶପଥ ପାଠ ସେ କରାଉଛନ୍ତି। ଏଥି ସହ ବୁଲା ଗାଈ ଓ କୁକୁରଙ୍କୁ ସେ ଖାଇବାକୁ ଦେଉଛନ୍ତି। ପରିବାରକୁ ପଛରେ ପକାଇ କରୋନା ଲଢେଇରେ ନିଜକୁ ସାମିଲ କରିଥିବା ରାହିମା ଖାତୁନଙ୍କୁ ତାଙ୍କର କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ତାଙ୍କର ଏଭଳି ଉଦ୍ୟମରେ ଅନୁପ୍ରାଣୀତ ହୋଇ ପୂର୍ଣ୍ଣିମା ନାୟକ,ବିଜେତା ନାୟକ ଓ ମନ୍ଦାକିନୀ ନାୟକ ପ୍ରମୁଖ ମହିଳା ସ୍ବେଛାସେବୀ ନିଜେ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟିବା ସହ କରୋନା ସଚେତନତା କରୁଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe