ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

Advertisment
ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ସୀମାନ୍ତ ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଇଜି ହିମାଂଶୁ ଲାଲା ଏବଂ ଡିଆଇଜି ରତନ ଲାଲ ଡୋଙ୍ଗିଙ୍କ ନିକଟରେ ମହିଳା କ୍ୟାଡର ନକ୍ସଲ ସରିତା ଓରଫ ସୁଶିଲା ଓରଫ ରେଖା ମାଣ୍ଡବୀ ଆତ୍ମସମର୍ପଣ କରିଛନ୍ତି। ୨୦୧୧ ମସିହାରୁ ଦୀପକ ଓରଫ ମିଳନ୍ଦ ତେଲତୁମ୍ବଡେଙ୍କ ନେତୃତ୍ବରେ ସେ କାମ କରୁଥିଲେ। ସରକାର ସରିତା ନାଁରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଦୀର୍ଘ ବର୍ଷ ଧରି ସେ ସଂଗଠନ ପାଇଁ କାମ କରିଥିଲେ ମଧ୍ୟ କେବଳ ୮ଟି ଘଟଣାରେ ସାମିଲ ଥିବା ସ୍ବୀକାର କରିଛି। ବହୁ ସମୟ ନାଗପୁର ଅଂଚଳରେ ରହି ନକ୍ସଲ ସଂଗଠନ ପାଇଁ କାମ କରୁଥିଲା। ଜଂଗଲରେ ରହିବା ବେଳେ ସେ କାର୍ବାଇନ ରାଇଫଲ ଧରୁଥିଲା। ତେବେ ସଂଗଠନରେ ପୂର୍ବ ଭଲି ଲକ୍ଷ୍ୟ ଓ ଆଦର୍ଶ ନେଇ କାମ କରାଯାଉନଥିବା ବେଳେ ମହିଳାଙ୍କ ପ୍ରତି ନିର୍ଯାତନା ବଢୁଥିବା ସରିତା କହିଛନ୍ତି। ଛତିଶଗଡ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ସେ ଆତ୍ମସମର୍ପଣ କରିଛନ୍ତି। ପ୍ରଶାସନ ତରଫରୁ ସରିତାଙ୍କୁ ୧୦ ହଜାର ଟଂକାର ସହାୟତା ରାଶି ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe