ଦୁଇବର୍ଷ ବୟସର ଝିଅକୁ ଅଙ୍ଗନବାଡ଼ିରେ ଛାଡ଼ିଦେଲେ, ତା’ପରେ ଆଉ ଘରକୁ ଫେରି ନାହାନ୍ତି ମା’

Advertisment
ଦୁଇବର୍ଷ ବୟସର ଝିଅକୁ ଅଙ୍ଗନବାଡ଼ିରେ ଛାଡ଼ିଦେଲେ, ତା’ପରେ ଆଉ ଘରକୁ ଫେରି ନାହାନ୍ତି ମା’

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଏକଟାଗୁଡ଼ା ସାହିର ଜଣେ ମହିଳା ନିଖୋଜ ଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି।
ସୂଚନା ପ୍ରକାରେ ଏକଟାଗୁଡା ସାହିର ରତନ ଭତ୍ରାଙ୍କ ସ୍ତ୍ରୀ କନକଲତା ଭତ୍ରା ଗତ ଗୁରୁବାର ଦିନ ଠାରୁ ନିଖୋଜ ଅଛନ୍ତି। ପରିବାର ଲୋକ ଜମିରେ କାମ କରିବା ପାଇଁ ଯାଇଥିବା ବେଳେ କନକଲତା ଘରେ ଥିଲେ।

ତେବେ ଗୁରୁବାର ଦିନ ପ୍ରାୟ ୧୧ ଘଣ୍ଟା ସମୟରେ ନିଜ ଦୁଇ ବର୍ଷର ଝିଅକୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଛାଡ଼ି ଆଉ ଘରକୁ ଫେରିନଥିବା ସାହି ଲୋକ କହିଛନ୍ତି। ପରିବାର ଲୋକ ଗୁରୁବାର ଦିନ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କନକଲତାଙ୍କୁ ପାଇ ନଥିଲେ। ଶେଷରେ ଶୁକ୍ରବାର ଦିନ ଘଟଣା ନେଇ ଝରିଗାଁ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ଦେବା ପରେ ଝରିଗାଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି। ସେହିପରି ପରିବାର ଲୋକ ମଧ୍ୟ ନିଜ ନିଜ ସମ୍ପର୍କୀୟ ଘରେ ଘରେ ଯାଇ ଖୋଜାଖୋଜି ଜାରି ରଖିଛନ୍ତି। ତେବେ ଆଜି ସନ୍ଧ୍ୟା ସୁଦ୍ଧା କନକଲତାର କୌଣସି ଖବର ମିଳିନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe