ବାଲିବୋରେ ଅଜଣା ମହିଳାଙ୍କୁ ବୀଭତ୍ସ ହତ୍ୟା!

Advertisment
ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ଭୁବନ : ଭୁବନ ଥାନା ଅନ୍ତର୍ଗତ ବାଲିବୋ ଅଞ୍ଚଳରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦିଆଯାଇଛି। ଏପରିକି ବକ୍ଷୋଜକୁ ମଧ୍ୟ କାଟି ଦିଆଯାଇଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ଏପରି ନୃଶଂସ ହତ୍ୟାକାଣ୍ଡ ସମଗ୍ର ଆ‌ଞ୍ଚଳରେ ଚାଞ୍ଚଲ୍ୟ ସୃ‌ଷ୍ଟି କରିଛି। ଖବରପାଇ ପୁଲିସ ମହିଳାଙ୍କ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ବାଲିବୋ ପଞ୍ଚାୟତର ଅନନ୍ତପୁର- ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ବାଇପାସ୍‌ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜଣେ ମହିଳାଙ୍କ ମୁଣ୍ଡ ନଥିବା ଶବ ପଡ଼ିଥିବା ଦେଖାଯାଇଥିଲା। ସ୍ଥାନୀୟ ଚାଷୀଙ୍କଠାରୁ ଖବର ପାଇ ବାଲିବୋ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।

ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁଙ୍କ ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ। ସେ ଛିଟ ଲୁଗା ପିନ୍ଧିଥିଲେ। ମହିଳାଙ୍କର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ରାସ୍ତା କଡ଼ ନାଳକୂଳରେ ପଡ଼ିଥିଲା। ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ଘଟଣାସ୍ଥଳର କିଛି ଦୂରରୁ ଏକ ସାଣ୍ଡାଲ୍‌ ମିଳବା ଓ ମହିଳା ଶାରୀରିକ ଅବସ୍ଥାରୁ ସେ ଜଣେ ସମ୍ଭ୍ରାନ୍ତ ଶ୍ରେଣୀର ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe