ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

Advertisment
ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ପୁଲିସ ନିକଟରେ ଆଜି ଜଣେ ହାର୍ଡକୋର ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପିଏଲଜିଏର ଦ୍ବିତୀୟ ଦିନ ହୋଇଥିବା ବେଳେ ଜଣେ ସଦସ୍ୟା ସଂଗଠନ ଛାଡ଼ିବା ନକ୍ସଲଙ୍କୁ ଶକ୍ତ ଧକ୍କା ଦେଇଛି।

ଆତ୍ମସମର୍ପଣ କରିଥିବା ମାଓବଦୀ ଜଣକ ହେଲେ ପଡିଆ ଦଲମର ସଦସ୍ୟା ଇଡେ ମାଡି ଓରଫ ଜିଵାନୀ (୨୩)। ପଡିଆ ବ୍ଲକ ଅନ୍ତର୍ଗତ ସିଲାକୋଟା ଗ୍ରାମର ରାମା ମାଡିଙ୍କ ଝିଅ ଇଡେ ମାଡି ଗତ ଚାରି ବର୍ଷ ଧରି ପଡିଆ ଏବଂ କାଲିମେଳା ଦଲମରେ କାର୍ଯ୍ୟ କରୁଥିଲେ। ତେବେ ପଡିଆ ଦଲମ ଭାଙ୍ଗି ଯାଇଥିବାବେଳେ କାଲିମେଳା ଦଲମରେ ମଧ୍ୟ ମାତ୍ର ତିନି ଜଣ ସଦସ୍ୟ ହିଁ ରହିଛନ୍ତି। ଇଡେ ୨୦୧୫ରେ ତଣ୍ଡକି ଠାରେ ପୁଲିସ୍‌ ଉପରେ ଆକ୍ରମଣ କରିଥିବା ବେଳେ ୨୦୧୬ରେ ସୁଦାକୋଣ୍ଡା ଏବଂ ୨୦୧୭ରେ କୁରୁବରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସହ ପୁଲିସ ଉପରକୁ ଗୁଳି ଚଳାଇଥିଲା। ସେହିଭଳି ୨୦୧୮ ଫେବ୍ରୁଆରି ମାସରେ ସ୍ବାଭିମାନ ଅଂଚଳର ଟିକରପଡା ଠାରେ ମଧ୍ୟ ପୁଲିସ ଉପରେ ହମ୍‌ଲା କରିଥିଲା। ସୁଧାକୋଣ୍ଡା ଗ୍ରାମର ବିସୁ କିରସାନି, ଗଂଗା ମାଡକାମୀ ଓ ରାମା ମାଡକାମୀକୁ ହତ୍ୟା କରିଥିବାବେଳେ କୁରୁବ ଗ୍ରାମର ଡମ୍ବରୁ ନାୟକଙ୍କୁ ମଧ୍ୟ ହତ୍ୟା କରିବା ଘଟଣାରେ ସାମିଲ ଥିବା ଏସ୍‌ପି ଜଗମୋହନ ମୀନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe