୫୬ ବର୍ଷ ବୟସରେ ମାଟ୍ରିକ୍ ପାସ କଲେ ମହିଳା

୫୬ ବର୍ଷ ବୟସରେ ମାଟ୍ରିକ୍ ପାସ କଲେ ମହିଳା

ରଣପୁର : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆସେ। ଏହି କଥାକୁ ସାବ୍ୟସ୍ତ କରିଦେଖାଇଛନ୍ତି, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଜଣେ ୫୬ ବର୍ଷୀୟା ମହିଳା ବାସନ୍ତୀ ଦେଇ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ମର୍ଦ୍ଦାବାଡ଼ି ଗାଁ’ର ବାସନ୍ତୀ ୧୯୭୬ ମସିହାରେ ମାଟ୍ରିକ୍‌ ପଢ଼ୁଥିବା ସମୟରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧ ନମ୍ବର ୱାର୍ଡ ହାଟସାହିର ତ୍ରିନାଥ ସେଠୀଙ୍କୁ ବିବାହ କରିଥିଲେ। ସେହିଦିନଠାରୁ ତାଙ୍କର ପାଠ ପଢ଼ାରେ ଡୋରୀ ବନ୍ଧା ହୋଇଯାଇଥିଲା। ସେହି ସମୟରେ ବାସନ୍ତୀ ଥରେ ମାଟ୍ରିକ ପରୀକ୍ଷା ଦେଇଥିଲେ ମଧ୍ୟ ପାସ୍‌ କରିପାରି ନଥିଲେ। ହେଲେ ଦୀର୍ଘ ବର୍ଷର ଅନ୍ତରାଳରେ‌ ମାଟ୍ରିକ୍ ପାସ କରିବା ପାଇଁ ଇଚ୍ଛା ରଖିଥିବା ବାସନ୍ତୀ ପୁର୍ନବାର ଅଣ୍ଟା ଭିଡ଼ିଥିଲେ। ଏ ନେଇ ସେ ୨୦୧୯–୨୦ ଶିକ୍ଷା ବର୍ଷରେ ରଣପୁର ବ୍ରଜେନ୍ଦ୍ର ଚନ୍ଦ୍ର ହାଇସ୍କୁଲ୍‌ରେ ନାମ ଲେଖାଇଥିଲେ। ଏଥିରେ ସେ ସମସ୍ତ ବିଷୟରେ ୨୧୬ ମାର୍କ ରଖି ପରୀକ୍ଷାରେ କୃତିତ୍ବ ଅର୍ଜନ କରିଛନ୍ତି। ଏ ନେଇ ପରିବାରରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅପରପକ୍ଷେ, ବାସନ୍ତୀ ସଂପ୍ରତି ଆଶାକର୍ମୀ ଭାବେ କାର୍ଯ୍ୟରତ ଥିବାବେଳେ ଏକଦଶନ୍ଧି ପୂର୍ବେ ରଣପୁର ମହିଳା ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରିଥିଲେ। ତେବେ ପରିବାରରେ ତାଙ୍କର ୨ ପୁଅ, ବୋହୂ, ନାତିନାତୁଣୀ ଓ ସ୍ବାମୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe